Latest Odisha News

BREAKING NEWS

ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟି ବୈଠକରୁ ରାହୁଲ ଗାନ୍ଧିଙ୍କ ୱାକ୍ ଆଉଟ୍

ନୂଆଦିଲ୍ଲୀ: ଆଜି ବସିଥିଲା ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟିର ବୈଠକ । ବୈଠକ ଚାଲିଥିବା ବେଳେ ରାହୁଲ ଗାନ୍ଧି ଓ କଗ୍ରେସ ସଦସ୍ୟ ଅଧାରୁ ଉଠି ପଳାଇ ଆସିଥିଲେ । ଅଭିଯୋଗ କରିଥିଲେ କି ରାଷ୍ଟ୍ରୀୟ ସୁରକ୍ଷାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବ୍ୟତୀତ ଯବାନଙ୍କ ପୋଷାକ ନେଇ ଆଲୋଚନା କରାଯାଇ ସମୟ ନଷ୍ଟ କରାଯାଉଛି । ସୂଚନା ଅନୁସାରେ ରାହୁଲ ଗାନ୍ଧି କମିଟି ଆଗରେ ଲଦାଖରେ ଚୀନ ସହ ଲଢେଇ ଓ ଯବାନଙ୍କୁ କିପରି ଅଧିକ ଉପକରଣ ଯୋଗାଇ ଦିଆଯିବ ସେନେଇ ଆଲୋଚନା କରିବାକୁ ଚାହୁଁଥିଲେ । ହେଲେ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କୁ ଅନୁମତି ଦେଇନଥିଲେ । ଫଳରେ ରାହୁଲ ଗାନ୍ଧି ବୈଠକ ଅଧାରୁ ଉଠି ପଳାଇ ଆସିଥିଲେ ।

ବୈଠକରେ ସାମିଲ ହୋଇଥିବା କଂଗ୍ରେସ ସାଂସଦ ରାଜୀବ ସତାଭ ଓ ରେଭାନ୍ତ ରେଡ୍ଡୀ ମଧ୍ୟ ଅଧାରୁ ପଳାଇ ଆସିଥିଲେ । ସୂଚନା ଅନୁସାରେ ରାହୁଲ ଗାନ୍ଧିଙ୍କ କହିବା କଥା ପୋଷାକ ସମ୍ବନ୍ଧୀୟ ନିଷ୍ପତ୍ତି ସେନା ସହ ଜଡିତ ଲୋକେ କରିବେ । ନେତାମାନଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବା ଆବଶ୍ୟକ ।

ବୈଠକରେ ବିଭିନ୍ନ ଦଳର ସଦସ୍ୟଙ୍କ ସହ ସିଡିଏସ୍ ବିପିନ ରାୱତ ମଧ୍ୟ ଯୋଗଦେଇଥିଲେ। ସ୍ଥଳସେନା, ବାୟୁସେନା ଓ ନୌସେନା ଯବାନମାନେ କେଉଁ ପୋଷାକ ପିନ୍ଧିବେ ତାହା ଉପରେ ଆଲୋଚନା କରିଥିଲେ ।

 

Leave A Reply

Your email address will not be published.