Latest Odisha News

BREAKING NEWS

ଆଇପିଏଲ୍ ଟି୨୦: ଦ୍ରୁତତମ ୪ହଜାର ରନ ପୂରଣ କରି ଇତିହାସ ରଚିଲେ କ୍ରିସ୍ ଗେଲ୍

ଜୟପୁର: ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯାଇଥିବା ଆଇପିଏଲ୍ ୨୦୧୯ର ୪ର୍ଥ କିଙ୍ଗ୍ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ପଞ୍ଜାବ ଦଳ ୧୪ ରନରେ ରାଜସ୍ଥାନ ଟିମକୁ ପରାସ୍ତ କରିଛି । ଏହି ମ୍ୟାଚରେ ବିଜେତା ପଞ୍ଜାବ ପକ୍ଷରୁ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ ଦ୍ରୁତତମ ୪ ହଜାର ରନ୍ ପୁରଣ କରିବା ସହିତ ଆଇପିଏଲ ଇତିହାସରେ ରେକର୍ଡ଼ କରିଛନ୍ତି ।

କିଙ୍ଗ୍ ଇଲେଭେନ୍ ପଞ୍ଜାବ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦାରିତ ୨୦ ଓଭରରେ ୪ ୱିକେଟ ବିନିମୟରେ କରିଥିଲା ୧୮୪ ରନ । କ୍ରିସ ଗେଲ୍ ୪୭ଟି ବଲ୍ ଖେଳି ୪ଟି ବିଶାଳ ଛକା ଏବଂ ୮ଟି ଚୌକା ସହିତ କରିଥିଲେ ୭୯ ରନ । ସର୍ଫରାଜ ଖାନ ୪୬ ରନ ଏବଂ ମାୟଙ୍କ ଅଗ୍ରୱାଲ ୨୨ ରନ କରିପାରିଥିଲେ ।

ରାଜସ୍ଥାନ ରୟାଲ ଦଳ ୨୦ ଓଭର ଖେଳି ୯ଟି ୱିକେଟ ବିନିମୟରେ ୧୭୦ ରନ କରିପାରିଥିଲା । ଦଳ ପକ୍ଷରୁ ବଟଲର୍ ୬୯, ଅଜିଙ୍କ୍ୟ ରାହାଣେ ୨୭ ରନ କରିପାରିଛନ୍ତି । ପଞ୍ଜାବ ବୋଲର୍ କୁରାନ, ମୁଜିବୁର ରେହମାନ ଏବଂ ରାଜପୁତ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.