Latest Odisha News

BREAKING NEWS

କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ

ନୂଆଦିଲ୍ଲୀ: ଆଜି ବଡ଼ଦିନ। ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ତେବେ ଏଥର ପୂର୍ବପରି ଆଡମ୍ବର ସହ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଉନଥିବା ଜଣାପଡ଼ିଛି। ଓମିକ୍ରନ୍‌ ଭୟ ମଧ୍ୟରେ ସମଗ୍ର ବିଶ୍ବରେ କଡା କଟକଣା ଭିତରେ ପାଳନ ହେଉଛି ଖ୍ରୀଷ୍ଟମାସ ପର୍ବ।

କେତେକ ସ୍ଥାନରେ ଥିବା ଚର୍ଚ୍ଚଗୁଡ଼ିକରେ ପୂର୍ବପରି ଚାକଚକ୍ୟ ଦେଖିବାକୁ ମିଳୁନି। ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବଡଦିନ ପାଳନରେ ପ୍ରତିବନ୍ଧକ ଲଗାଯାଇଛି। ଅନେକ ଚର୍ଚ୍ଚ ବନ୍ଦ ହେତୁ ଲୋକମାନେ ବାହାରେ ପ୍ରାର୍ଥନାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ଓମିକ୍ରନ୍‌ ଯୋଗୁ ବିଭିନ୍ନ ଚର୍ଚ୍ଚରେ ଲୋକସଂଖ୍ୟା ମଧ୍ୟ କମିଥିବା ଜଣାପଡ଼ିଛି। ପୂର୍ବରୁ ଯେଉଁଠାରେ ୩୦୦ ରୁ ଅଧିକ ଲୋକ ପ୍ରାର୍ଥନାରେ ଯୋଗ ଦେଉଥିଲେ, ବର୍ତ୍ତମାନ ଏହି ସଂଖ୍ୟା ୮୦ ରୁ ୧୦୦ ଭିତରେ ରଖାଯାଇଛି।

Comments are closed.