Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଈଶ୍ୱରଙ୍କ ପାଇଁ ଏକତରଫା କବିତା

ଦେବାଳୟରେ କାହିଁକି କେବଳ ପୁରୁଷ ପୂଜକ
ମହିଳା ଜଣେ ବି ନାହାନ୍ତି ?
କାରଣ , ଈଶ୍ୱର କେବଳ ଭକ୍ତର ଆଖିରେ
ନିଜ ଆକର୍ଷଣ ଚାହାନ୍ତି!

ସବୁ ପ୍ରସାଦ ମଧୁର କୋଉଟା ବି
ରାଗ କଷା କି ପିତା ନୁହେଁ;
ଖାନାପିନାରୁ ଲାଗେ ଇଶ୍ବର ସବୁବେଳେ
ସୁଖରେ ମସଗୁଲ୍ ରହିଥାନ୍ତି ବୋଧହୁଏ !
ନଚେତ୍ ସୂତ୍ର ଏୟା ଥିବ କି ପ୍ରସାଦ ଖାଇ
ଭକ୍ତର ଶରୀରରେ ମଧୁମେହ ବଢୁ;
ସିଏ ରୋଗବାଗରୁ ମୁକ୍ତି ପାଇଁ
ପ୍ରସାଦ ବାଢି ମୋଠି ଅଧିଆ ପଡୁ!!

ଈଶ୍ୱର ରାଗିଲେ ଖରା ହୁଏ
ଈଶ୍ୱର କାନ୍ଦିଲେ ମେଘ ବର୍ଷିଯାଏ!
ଈଶ୍ୱର ଥରିଲେ ଏ ଧରାରେ ଶୀତ
ଈଶ୍ୱର ହସିଲେ ଏଠି ଆସେ ବସନ୍ତ!
ଈଶ୍ୱର ଘୁମେଇଲେ କ୍ବଚିତ ଶରତ
ଈଶ୍ୱର ଆଖି ମଳିଲେ ଆସେ ହେମନ୍ତ!
ଈଶ୍ୱର ଅସୁସ୍ଥିରେ ବିପର୍ଯୟ ବ୍ୟଭିଚାର
ଈଶ୍ୱର ମନମାନିରେ ଚଳାନ୍ତି ସଂସାର!

ନିଶ୍ଚିନ୍ତାରେ ଏ ଧରଣୀରେ ଘଟଣା
ଘଟେଇ ଚାଲ ହେ ପ୍ରିୟ ଅମଣିଷମାନେ;
ପୃଥିବୀ ଧ୍ବଂସ ହେବାର ଆଶଂକା
ଆଦୈା କର ନାହିଁ ତୁମେମାନେ!
ଈଶ୍ୱର ଯଦି ତୁମ ମାନଙ୍କୁ ଓ ତୁମର
ଆଶ୍ରୟକୁ ଧ୍ବଂସ କରିଦେବେ;
ତେବେ ସିଏ ସେବାକାରୀ ଓ ସମର୍ଥକ
କୋଉଠୁ ପାଇବେ?

ଏ କବିତା ପଢି ଯଦି ଆପଣ
ମୋ ଉପରେ କ୍ରୋଧିତ ହେଉଛନ୍ତି;
ତେବେ ସ୍ବୟଂ ଈଶ୍ୱର ଆପଣଙ୍କ
ଶରୀରରେ ପ୍ରକଟ ହୋଇ ସାରିଛନ୍ତି!
ହେ ଈଶ୍ୱର ଏ କବିର ଔଦ୍ଧତ୍ଯକୁ
ଭଲକରି ଦେଖନ୍ତୁ;
ଯାହା ଅଭିଶାପ ଦେବାକଥା
ଖୋଲିକରି କମେଣ୍ଟ ବକ୍ସରେ ଲେଖନ୍ତୁ!!

Leave A Reply

Your email address will not be published.