Latest Odisha News

BREAKING NEWS

ଓମିକ୍ରନ୍‌ ଭୟ; କଡାକଡି ହେଲା କଟକଣା; ଟିକାକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରାଜ୍ୟରେ ବଢୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଟିକାକରଣକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ରାତ୍ରି କର୍ଫ୍ୟୁ ଏବଂ ମାସ୍କିଂ ନିୟମକୁ କଡାକଡି ପାଳନ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି।

୧୬୨ ଦିନ ପରେ, ରାଜସ୍ଥାନ ଶୁକ୍ରବାର ଦିନ କରୋନାର ୪୨ ଟି ମାମଲା ରିପୋର୍ଟ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନରେ ଓମିକ୍ରନର ୨୨ ଟି ମାମଲା ରୁଜୁ ହୋଇଛି।

କୋଭିଡ-୧୯ ପରିସ୍ଥିତିର ସମୀକ୍ଷା ପାଇଁ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିପରି ପରିସ୍ଥିତିରେ ଟିକାକରଣ କରିବାକୁ କେହି ମନା କରିପାରିବେ ନାହିଁ। ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ଟିକାକରଣର କରିନାହାନ୍ତି ସେମାନେ ସରକାରୀ ଯୋଜନାର ଲାଭରୁ ବଞ୍ଚିତ ହେବେ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ରାତି ୧୧ ଟାରୁ ୫ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁକୁ କଡାକଡି ପାଳନ କରାଯିବା ଉଚିତ୍।

Leave A Reply

Your email address will not be published.