Latest Odisha News

BREAKING NEWS

[ଭିଡିଓ] ବଡଦିନ ପାଇଁ ଚଳଚଞ୍ଚଳ କଟକର ବିଭିନ୍ନ ଚର୍ଚ୍ଚ

କଟକ : ଆସୁଛି ବଡ ଦିନ । ଆଉ ଦିନକ ପରେ ଧରାବତଣ କରିବେ ପ୍ରଭୁ ଯୀଶୁ ।ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସିଲିଭର ସିଟି କଟକ ସହରରେ ଥିବା ଚର୍ଚ୍ଚ ଗୁଡକ । ସହରରେ ଥିବା ଚର୍ଚ୍ଚ ଗୁଡିକରେ ପ୍ରସ୍ତୁତି ଜୋରସୋରରେ କରାଯାଇଛି । ଚର୍ଚ୍ଚ ପରିସର ସଫାସୁତୁରା କରାଯିବା ସହ ଜାକଜମକରେ ସଜା ଯାଇଛି ।

ଏନେଇ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମାକୁ ଖୁବ୍ ସାଜସଜା କରାଯାଇଛି । ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ଆସନ୍ତା କାଲି ସନ୍ଧ୍ୟାରେ ସମୂହ ପ୍ରେୟାର କରାଯିବ । ଆଉ ୨୫ ତାରିଖ ଦିନ ବଡଦିନ ପାଳନ ହେବ । ହେଲେ ଚଳିତ ବର୍ଷ ଚର୍ଚ୍ଚ ଗୁଡିକରେ କୋଭିଡ୍ କଟକଣା ଉପରେ ବେଶ୍ ଗୁରୁତ୍ୱ ଦିଆଯାଇଛି । ଓମିକ୍ରନ ଭୟ ଦେଖାଯାଉଥିବାରୁ ଚର୍ଚ୍ଚ ଗୁଡିକରେ ଭିଡ ନିୟନ୍ତ୍ରଣ ଉପରେ ବେଶ୍ ଗୁରୁତ୍ୱ ଦିଆଯାଇଛି ।

ଆଉ ଦିନକ ପରେ ବଡ ଦିନ ହୋଇଥିବାରୁ ଯୀଶୁଙ୍କ ଆଗମନ ଅପେକ୍ଷାରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନ । କଟକରେ ସହରରେ ଥିବା କ୍ୟାଣ୍ଟେନମେଣ୍ଟ କ୍ୟାଥଲିକ୍ ଚର୍ଚ୍ଚ , ମିଶନରୋଡ ସ୍ଥିତ ଚର୍ଚ୍ଚ, ତୁଳସୀପୁର , ବିଦ୍ୟାଧରପୁର ଆଦି ଚର୍ଚ୍ଚ ମାନଙ୍କରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ତେବେ କୋଭିଡ ପାଇଁ ଦୁଇ ବର୍ଷ ହେବ ଫିକା ପଡିଛି ବଡ ଦିନ ସେଲିବ୍ରେସନା ହେଲେ ଏ ବର୍ଷ ବଡ ଦିନ ପାଳନ ପାଇଁ ଆଶା ଥିବା ବେଳେ ଓମିକ୍ରନ ଭୟ ସମସ୍ତଙ୍କୁ ଘାରିଛି । ହେଲେ କୋଭିଡ୍ ପରିସ୍ଥିତି ସୁଧାର ଆସିଥିଲେ ମଧ୍ୟ ବଡ ଦିନ ପାଳିବାକୁ ସାମାନ୍ୟ କଟକଣା କୋହଳ କରିଛନ୍ତି ସରକାର । ଘରେ ବଶି ବଡଦିନ ପାଳିବାକୁ ସରକାର ପରାମର୍ଶ ଦେଇଛନ୍ତି ।ଏନେଇ କଟକବାସୀ ନିରାଶ ହୋଇଛନ୍ତି ।

Leave A Reply

Your email address will not be published.