Latest Odisha News

BREAKING NEWS

[ଭିଡ଼ିଓ] ୪୦ ବର୍ଷ ପରେ ଜଳ ସମାଧିରେ କାଞ୍ଚିପୁରମ୍ ଭରଦାର ସ୍ୱାମୀ

ଭୁବନେଶ୍ୱର: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଚାରିପଟେ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥାଏ। ହେଲେ ସବୁକିଛି ଆମ ଜ୍ଞାତ ସାର ବାହାରେ ଆମେ ଚାହିଁଲେ ବି ତାର ରହସ୍ୟ ଆଗୋଚରରେ ରହିଥାଏ ।

ଏଇ ଯେମିତି ବିଷ୍ଣୁଙ୍କ ମନ୍ଦିର । ଭାରତର ୧୦୮ ଦିବ୍ୟ ବିଷ୍ଣୁ ମନ୍ଦିର ମଧ୍ୟରୁ ଅନ୍ୟତମ। ଦୀର୍ଘ ୪୦ ବର୍ଷରେ ଦର୍ଶନ ଦେବାର ରହିଛି ନୀତି ଆଉ ପରମ୍ପରା। ତାମିଲନାଡ଼ୁର କାଞ୍ଚିପୁରମରେ ଅଦ୍ଭୁତ ଭଗବାନ ଭରଦାର ସ୍ୱାମୀ ମନ୍ଦିର। ଏହି ମନ୍ଦିରରେ ଭଗବାନ ଭରଦାର ଦୀର୍ଘ ୪୦ ବର୍ଷରେ ଥରେ ଦର୍ଶନ ଦେଇ ପୁଣି ଥରେ ଜଳ ସମାଧି ନେଇଯାନ୍ତି।

ଭଗବାନଙ୍କ ମୂର୍ତ୍ତି ସମ୍ପୁର୍ଣ୍ଣ କାଠରେ ତିଆରି ହୋଇଛି। ବର୍ଷ ବର୍ଷ ଧରି ଏହି ମୂର୍ତ୍ତି ସରୋବରରେ ଜଳ ସମାଧି ନେଇଥିଲେ ବି ମୂର୍ତ୍ତିର କୌଣସି କ୍ଷତି ହୋଇନଥାଏ। ସମ୍ପୁର୍ଣ୍ଣ ଅକ୍ଷୁର୍ଣ୍ଣ ରହିଥାଏ। ପୁଣି ୪୦ ବର୍ଷ ପରେ ମୂର୍ତ୍ତି ବାହାରିଲେ ବି ଯେମିତି ସେମିତି ରହିଥାଏ।
ଭଗବାନ ଜଳସମାଧିରୁ ୨୦୧୯ ଜୁଲାଇ୧୯ରେ ପାଣିରୁ ବାହାରକୁ ଆସିଥିଲେ । ଆଉ ଏତେ ବର୍ଷ ପରେ ତାଙ୍କର ଦର୍ଶନ ପାଇଁ ଲାଗିଥିଲା ଭିଡ଼।

ଭଗବାନଙ୍କ ଏହି ଅନନ୍ତଶୟନ ମୁଦ୍ରାରେ ଥିବା ଏହି ମୂର୍ତ୍ତିକୁ ମନ୍ଦିରର ବସନ୍ତ ମଣ୍ଡପରେ ୪୮ ଦିନ ପର୍ଯ୍ୟନ୍ତ ରଖାଯାଇଥାଏ। ପୂଜା ସମୟରେ କେବଳ ମୁଖ୍ୟ ପୂଜାରୀ ଆଉ ମନ୍ଦିରର କିଛି ଖାସ୍ ପୂଜକ ରହିଥାନ୍ତି। ସାଧାରଣ ଲୋକଙ୍କୁ ଏହି ପୂଜା ସମୟରେ ଦୂରରେ ରଖାଯାଇଥାଏ। ଏପରିକି ଘଣ୍ଟ ଘଣ୍ଟା ସହ କୌଣସି ବାଦ୍ୟଯନ୍ତ୍ର ବି ବ୍ୟବହାର କରାଯାଏନି। ପୂଜା ପରେ ପୁଣି ମୂର୍ତ୍ତି ଶେଷ ନାଗ ସହିତ ସରୋବରରେ ସମାଧି ନେଇଯାଏ।

ଅନ୍ୟ ଦିନ ଗୁଡିକରେ ମୂର୍ତ୍ତି ନଥିଲେ ବି ବର୍ଷ ସାରା ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସେହି ସରୋବରରେ କେବେ ପାଣି ଶୁଖିବାର କେହି ଜାଣିନାହାନ୍ତି । ଏହି ସରୋବର ନେଇ ବହୁ ପୁରୁଣା କିମ୍ବଦନ୍ତୀ ରହିଛି। ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସବୁ ପରମ୍ପରା ଆଉ ଚମତ୍କାର ହେଉଥିବା କୁହନ୍ତି ଶ୍ରଦ୍ଧାଳୁ। ହେଲେ ଘଟଣାର ସତ୍ୟତା କିନ୍ତୁ କାହାକୁ ବି ଜଣା ନାହିଁ। ଏହି ମୂର୍ତ୍ତି ଆଉ ମନ୍ଦିର ରହସ୍ୟ କେବଳ ରହସ୍ୟ ଭିତରେ ହିଁ ରହିଯାଇଛି ।

Leave A Reply

Your email address will not be published.