Latest Odisha News

ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି? ଜାଣନ୍ତୁ ଏହାର କାରଣ ଓ କିଛି ଉପଚାର

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଶୋଇକରି ଉଠିବା ମାତ୍ରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ । ଏହି ପରି ହେବା ଦ୍ୱାରା ବ୍ୟକ୍ତି ପୁରା ଦିନ ଚିନ୍ତିତ ରହିଥାଏ । ବେଳେ ବେଳେ ମୁଣ୍ଡବିନ୍ଧା ଏତେ ଅଧିକ ବଢି ଯାଏ ଯେ ଖାଇବା ପିଇବା ପାଇଁ ମନ ହୋଇନଥାଏ କିମ୍ବା କାମ କରିବା ପାଇଁ ମଧ୍ୟ ମନ ହୋଇନଥାଏ । ଏଥିପାଇଁ ଲୋକ ମୁଣ୍ଡବିନ୍ଧାରୁ ଆରାମ ପାଇଁ ମେଡିସିନ୍‌ର ସାହାଯ୍ୟ ନେଇଥାନ୍ତି । ହେଲେ ଅଧିକ ମେଡିସିନ୍‌ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ସେଥିପାଇଁ ମେଡିସିନ୍‌ ବଦଳରେ କିଛି ଏମିତି ଫଳ ପ୍ରତିଦିନ ଖାଇବା ଉଚିତ୍‌ ଯାହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ଆରାମ ପାଇବେ ।

ମୁଣ୍ଡବିନ୍ଧାର କାରଣ :

ଯଦି କୌଣସି ବିଷୟକୁ ନେଇ କ୍ରମାଗତ ଭାବରେ ଚିନ୍ତିତ ହୁଅନ୍ତି, ତେବେ ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ସେହିପରି ନିଦ ନହେଲେ ମୁଣ୍ଡବିନ୍ଧା ଅଧିକ ହୋଇଥାଏ । ମୁଣ୍ଡବିନ୍ଧାର ଏକ ପ୍ରମୁଖ କାରଣ ହେଉଛି ଡିହାଇଡ୍ରେସନ । ଲାପଟପରେ କାମ କରିବା କିମ୍ବା ମୋବାଇଲ୍ ସ୍କ୍ରିନକୁ ଦୀର୍ଘ ସମୟ ଧରି ଦେଖିବା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ ଏବଂ ଅତି ଶୀଘ୍ର ଆଖି ସମସ୍ୟା ଦେଖାଦେଇପାରେ । ଦୀର୍ଘ କିମ୍ବା ବାରମ୍ବାର ମୁଣ୍ଡବିନ୍ଧା ସାଇନସ୍ ସଂକ୍ରମଣ କିମ୍ବା କ୍ରନିକ୍ ସାଇନୁସାଇଟିସର ଲକ୍ଷଣ ହୋଇପାରେ । ହରମୋନ୍ ସ୍ତରର ପରିବର୍ତ୍ତନ ହେତୁ ମୁଣ୍ଡବିନ୍ଧା ମଧ୍ୟ ହୋଇପାରେ । ଯଦି ଆପଣ କ୍ୟାଫିନଯୁକ୍ତ ପାନୀୟ ଯଥା ଚା କିମ୍ବା କଫି ଖାଆନ୍ତି, ତେବେ ଏହା ମଧ୍ୟ ମୁଣ୍ଡବିନ୍ଧାର ଏକ କାରଣ ହୋଇପାରେ  ।

ମୁଣ୍ଡବିନ୍ଧାରୁ ଆରାମ ପାଇବେ କିପରି :

ମୁଣ୍ଡବିନ୍ଧା ହେଉଥିଲେ ସେଓ ଖାଇବା ଦ୍ୱାରା ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ । ଆପଲ୍‌ରେ ଥିବା ପୋଟାସିୟମ୍‌ ମୁଣ୍ଡବିନ୍ଧା ଦୂର କରିଥାଏ । ଯଦି ପ୍ରତିଦିନ ମୁଣ୍ଡବିନ୍ଧା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ପ୍ରତିଦିନ ଖାଦ୍ୟରେ ଦହି କିମ୍ବା ଲସି ସର୍ବତ ସାମିଲ କରନ୍ତୁ । ଦହିରେ କ୍ୟାଲସିୟମ୍‌ ଥାଏ ଯାହା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ । ନଡିଆ ପାଣି ପୋଷକ ତତ୍ତ୍ୱର ଭଣ୍ଡାର ହୋଇଥାଏ । ନଡିଆରେ ପୋଟାସିୟମ, ଫାଇବର, ପ୍ରୋଟିନ୍‌ ଓ ଭିଟାମିନ୍‌- C ଥାଏ । ଏହାକୁ ପ୍ରତିଦିନ ପିଇଲେ ମୁଣ୍ଡବିନ୍ଧା ସମସ୍ୟାରୁ ଆରାମ ପାଇବେ ।

Leave A Reply

Your email address will not be published.