Latest Odisha News

BREAKING NEWS

ବଦଳିପାରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର: ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତାବ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ।

ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ବି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି, ୧୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ । ୧୧୪୮ଟି ପରୀକ୍ଷା କେନ୍ଦ୍ର କରାଯିବ । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ ।

ଚଳିତବର୍ଷ କରୋନା ସଂକ୍ରମଣ କମିଥିବାରୁ ଅଫଲାଇରେ ହେବ ଯୁକ୍ତ ଦୁଇ ପରୀକ୍ଷା । ପ୍ରତିଦିନ ଗୋଟିଏ ସିଟିଂରେ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ ।

Leave A Reply

Your email address will not be published.