Latest Odisha News

[ଭିଡିଓ] ଦୁବାଇ ଏକ୍ସପୋରେ ରଣବୀର ସିଂଙ୍କ ସହ ଠୁମକା ଲଗାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଦିଲ୍ଲୀ : ଦୁବାଇ ଏକ୍ସପୋ ଇଭେଣ୍ଟରେ ଜଲୱା ଦେଖାଇଲେ କେନ୍ଦ୍ରମନ୍ତ୍ରୀ । ଦୁବାଇରେ ଚାଲିଥିବା ଇଣ୍ଡିଆ ଏକ୍ସୋପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଏହି ଇଭେଣ୍ଟର ବଲଉଡ ଷ୍ଟାର ରଣବୀର ସିଂ ଙ୍କ ମଧ୍ୟ ଉପସ୍ଥିତ ଥିଲେ । ହଠାତ୍ ଏହି ପୋଗ୍ରାମରେ ରଣବୀର ସିଂଙ୍କ ସହ ତାଳଦେଇ  କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ନାଚୁଥିବା ଦେଖିବାକୁ ମିଳିଥିଲା ।

ଯାହାର ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓରେ ରଣବୀର ଲାଲ୍ ସେରୱାନୀ ପିନ୍ଧି ଠାକୁରଙ୍କୁ ତାଙ୍କ ଆଡକୁ ନାଚିବା ପାଇଁ ଟାଣୁଥିବା ନଜର ଆସିଛନ୍ତି । ଏହି ଭିଡିଓକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି ଅନୁରାଗ । ଏହି ସୋ ରେ ଅନୁରାଗ ଓ ରଣବୀର ୨୦୧୫ର ରୋମାଣ୍ଟିକ୍ ଫିଲ୍ମ ବାଜାରାଓ ମସ୍ତାନୀ ଗୀତ ‘ମଲହରୀ’ ରେ ନାଚିଥିଲେ । ଦୁହେଁ ନାଚିବା ବେଳେ ପାଖରେ ଥିବା ଜନତାମାନେ ଖୁବ୍ ଉତ୍ସାହିତ ହୋଇପଡିଥିଲେ ।

 

ଏହି ଏକ୍ସୋପରେ ଭାରତରୁ ପ୍ରତିନିଧିତ୍ୱ କରିବା ପାଇଁ ଠାକୁର ପହଁଞ୍ଚିଥିଲେ । ଦୁବାଇ ଏକ୍ସପୋରେ ଇଣ୍ଡିଆ ପାଭିଲିୟନକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥିଲେ । ଯୋଗ, ଅୟୁର୍ବେଦ , ପର୍ଯ୍ୟଟନ , ବୟନ , ବ୍ରହ୍ମାଣ୍ଡ ଜଗତ ଏବଂ ସିନେ ଜଗତ ଭାରତୀୟ ପ୍ରଦର୍ଶନ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥିଲେ ।

Leave A Reply

Your email address will not be published.