Latest Odisha News

BREAKING NEWS

ପାଲଘର ସାଧୁ ହତ୍ୟା ମାମଲା: ଆଉ ୨୪ ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ପାଲଘର ସାଧୁଙ୍କ ହତ୍ୟା ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ । ସିଆଇଡି ଏମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୪ ଅଭିଯୁକ୍ତଙ୍କୁ ଦହାନୁ କୋର୍ଟରେ ସିଆଇଡି ହାଜର କରିଛି । ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୨୮ ଜଣ ଗିରଫ ହୋଇସାରିଲେଣି । ଏହି ମାମଲାରେ ୧୧ ଜଣ ନାବାଳକ ସହିତ ମୋଟ୍ ୩୬୬ ଜଣ ଅଭିଯୁକ୍ତ ରହିଛନ୍ତି।

କରୋନା ପାଇଁ ଦେଶ ଲକଡାଉନ୍ ଥିବା ବେଳେ ପାଲଘର ଗଢ଼ଚିରୋଲିରେ ଏପ୍ରିଲ ୧୬ ତାରିଖରେ ଦୁଇ ସାଧୁ ଏବଂ ତାଙ୍କ ଗାଡ଼ି ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଭିଡ ଭିତରେ ସାଧୁ ମାନଙ୍କୁ ଛୁଆ ଚୋର କହି ପିଟି ପିଟି ମାରିଦେଇଥିଲେ ଅଜଣା ବ୍ୟକ୍ତି।

କରୋନା ପାଇଁ ଲକଡାଉନ୍ ଥିବା ବେଳେ ଏକ ଅନ୍ତିମ ସଂସ୍କାରରେ ଯିବା ପାଇଁ ସାଧୁମାନେ ଯାଉଥିବା ବେଳେ ଏହି ହିଂସାର ଶିକାର ହୋଇଥିଲେ। ଏହି ଘଟଣା ଘଟୁଥିବା ସ୍ଥାନରେ ପୁଲିସ୍ ନିଜେ ଉପସ୍ଥିତ ଥାଇ ଦେଖଣାହାରୀ ସାଜିଥିଲା। ଏହାପରେ ସାରା ଦେଶରେ ଏହାକୁ ନେଇ ସାଧୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

 

Leave A Reply

Your email address will not be published.