Latest Odisha News

BREAKING NEWS

ଅଲୋଡା ଶିଶୁ କନ୍ୟାକୁ ଆପଣେଇଲେ ବେଙ୍ଗାଲୁରୁର ଦମ୍ପତ୍ତି

ବଲାଙ୍ଗିର: ଗତ ମାର୍ଚ୍ଚ ମାସରେ ସହରର ଏକ ନର୍ଦ୍ଦମାରୁ ଉଦ୍ଧାର ହୋଇଥିବା ନବଜାତ ଶିଶୁ କନ୍ୟାକୁ ପୋଷ୍ୟପୁତ୍ରୀ ଭାବେ ଆପଣେଇଛନ୍ତି ବେଙ୍ଗାଲୁରୁର ଦମ୍ପତି ।

ଉଦ୍ଧାର ପରେ ଶିଶୁଟିର ଯତ୍ନ ନେବା ସହ ଶିଶୁ ମଙ୍ଗଳ କମିଟିକୁ ପ୍ରଦାନ କରାଯାଇଥିଲା । ଯେଉଁଠାରେ ତାକୁ ‘ତୁଳସୀ’ ନାମ ଦିଆଯାଇଥିଲା ।

ତୁଳସୀ ସମ୍ପର୍କରେ ଜାଣିବା ପରେ ଏହି ଦମ୍ପତ୍ତି ତାକୁ ଆପଣେଇବା ପାଇଁ ଆବେଦନ କରିଥିଲେ । ଆଇନ୍ ଅନୁଯାୟୀ ଯାଞ୍ଚ ପରେ ତାଙ୍କର ଆବେଦନକୁ ସ୍ୱିକୃତି ମିଳିଥିଲା । ଯାହା ପରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଉକ୍ତ ଶିଶୁକୁ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଥିଲେ ।

ତେବେ ବିବାହର ୧୬ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ନଥିବାରୁ ସେମାନେ ତୁଳସୀକୁ ସନ୍ତାନ ଭାବେ ଗ୍ରହଣ କରି ଖୁସି ଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.