Latest Odisha News

BREAKING NEWS

ପୋଲିସ ଅଫିସରଙ୍କୁ ନିଲମ୍ବିତ କଲା ଦାଢି !

ଉତ୍ତରପ୍ରଦେଶ: ଆଜିକାଲି ଦାଢି ରଖିବା ଫ୍ୟାସନ ପାଲଟିଛି । ଚାକିରିଆ ହୁଅନ୍ତୁ ଅବା କଲେଜ ପଢୁଆ ଯୁବକ । ଟ୍ରେଣ୍ଡ ସେଟର୍ ପାଲଟିଛି ଭଳିକିଭଳି ବିଅର୍ଡ ଷ୍ଟାଇଲ୍ । ହେଲେ ଦାଢି ରଖିବା କିନ୍ତୁ ଜଣେ ପୋଲିସ ଅଫିସରଙ୍କୁ ମହଙ୍ଗା ପଡିଛି । ଏପରିକି ଚାକିରୀରୁ ନିଲମ୍ବିତ ମଧ୍ୟ ହେବାକୁ ପଡିଛି । ହେଲେ କାହିଁକି ଉତ୍ପନ୍ନ ହୋଇଥିଲା ଏପରି ସ୍ଥିତି ?

ଉତ୍ତରପ୍ରଦେଶ ପୋଲିସରେ ସବ୍‌-ଇନ୍ସପେକ୍ଟର ଇନ୍ତେସାର ଅଲ୍ଲି । ଦାଢି ରଖିବାରୁ ଏହି ପୋଲିସ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ତେବେ ଦୋଷ ଖାଲି ଏତିକି ଥିଲା, ସେ ବିନା ଅନୁମତିରେ ଦାଢି ରଖିଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ ପୂର୍ବରୁ ଦାଢି କାଟ କିମ୍ବା ଅନୁମତି ନେଇ ଦାଢି ଚେହେରାରର ରଖିବାକୁ ଇନ୍ତେସାରଙ୍କୁ ତିନିତିନିଥର ଚେତାବନୀ ଦିଆଯାଇଥିଲା । ହେଲେ ଚେତାବନୀ କି ସରକାରୀ ନିର୍ଦ୍ଦେଶକୁ ସେ ବେଖାତିର କରିଥିଲେ ।

ପୋଲିସ ମାନୁଆଲ ଅନୁଯାୟୀ କେବଳ ଶିଖ୍ ସମ୍ପ୍ରଦାୟର ପୋଲିସ କର୍ମଚାରୀଙ୍କୁ ଦାଢି ରଖିବା ପାଇଁ ଅନୁମତି ଥାଏ । ଯଦି କେହି ଦାଢି ରଖିବାକୁ ଇଛା ପ୍ରକାଶ କରନ୍ତି, ତେବେ ସରକାରୀ ଅନୁମତି ନେଇ ସେମାନେ ଦାଢି ରଖିପାରିବେ । ଇନ୍ତେସାରଙ୍କୁ ଦାଢି ରଖିବା ନେଇ ବାରମ୍ବାର ଅନୁମତି ନେବାକୁ କୁହାଯାଇଥିଲା । ଏହା ପରେ ବି ସେ ଅନୁମତି ନ ନେବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ବାଘପତ ଏସ୍‌.ପି ଅଭିଷେକ ସିଂ ।

ଅନ୍ୟପଟେ ଇନ୍ତେସାରଙ୍କ କଥା କିନ୍ତୁ କାହା ସହ ମେଳ ଖାଉନି । ବାଘପତରେ ଗତ ତିନିବର୍ଷ ଧରି ପୋଷ୍ଟିଂ ପାଇଥିବା ଇନ୍ତେସାର ବାରମ୍ବାର ଦାଢି ପାଇଁ ଅନୁମତି ମାଗିଥିଲେ ବି, ତାଙ୍କୁ କୌଣସି ଉତ୍ତର ମିଳିନଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.