Latest Odisha News

BREAKING NEWS

କୋଭିଡ୍ ଯୁଦ୍ଧରେ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରୁଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ ବେଡ୍ ଓ ଅକ୍ସିଜେନ୍ ସମସ୍ୟା ଆତଙ୍କ ସୃଷ୍ଟି କରିଛି । ଭୂତାଣୁ ସଂକ୍ରମଣର ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତେ ସାହାଯ୍ୟ ଚାହୁଁଛନ୍ତି । ଏଭଳି ଅସାଧାରଣ ସ୍ଥିତିରେ ପର ରାଇଜରେ କାମ କରୁଥିବା ଅସହାୟ ଓଡ଼ିଆଙ୍କ ନିକଟରେ ଛିଡ଼ା ହୋଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । କୋଭିଡ୍ ଚିକିତ୍ସା ପାଇଁ ବଢ଼ାଇଛନ୍ତି ସହାୟତାର ହାତ ।

କୋଭିଡର ଦ୍ୱିତୀୟ ପ୍ରବାହରେ ଦେଶରେ ଦୈନିକ ଲକ୍ଷ ଲକ୍ଷ ସଂକ୍ରମିତ ହେଉଛନ୍ତି । ଓଡ଼ିଶା ବାହାରେ ଅନେକ ରାଜ୍ୟର ସ୍ଥିତି ବେଶ୍ ଚିନ୍ତାଜନକ ପାଲଟିଛି । ଏଭଳି ସମୟରେ ସୋସିଆଲ୍ ମିଡିଆ ଓ ଅନଲାଇନ୍ ପ୍ଲାଟଫର୍ମର ଉପଯୋଗ କରି ସବ୍ୟସାଚୀ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରୁଛନ୍ତି ।

ଏଥିସହ ପଢ଼ନ୍ତୁ- କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅଭିନେତା ସବ୍ୟସାଚୀଙ୍କ ନୂଆ ଅଭିଯାନ

କୋଭିଡ୍ ସହ ଯୁଝୁଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱାସ୍ଥ୍ୟ ସହାୟତା ସହ ଜରୁରୀ ଔଷଧ ଓ ଅକ୍ସିଜେନ୍ ପହଞ୍ଚାଉଛନ୍ତି ସବ୍ୟସାଚୀ । କେବଳ ରାଜ୍ୟ ବାହାର ନୁହେଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହାୟଙ୍କୁ ସବ୍ୟସାଚୀ ସାହାଯ୍ୟ କରିବା ଜାରି ରଖିଛନ୍ତି । ଗୁରୁବାର ଗୋଟିଏ ଦିନରେ ସବ୍ୟସାଚୀଙ୍କ ଟିମ୍ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାରେ ୫୫ଟି ଆଇସିୟୁ ବେଡ୍ ବ୍ୟବସ୍ଥା କରିଛନ୍ତି । ଏଥିସହ ଶହେରୁ ଅଧିକ ଗୁରୁତର ଆକ୍ରାନ୍ତଙ୍କ ପାଖରେ ଔଷଧ ଓ ଅକ୍ସିଜେନ୍ ପହଞ୍ଚାଇ ପାରିଛନ୍ତି ସବ୍ୟସାଚୀ ।

କେମିତି କରିବେ ଆବେଦନ ?

ପ୍ରଥମେ https://bit.ly/patient_details_urgent ଲିଙ୍କ କ୍ଲିକ୍ କରନ୍ତୁ

ତା’ପରେ ଆପଣଙ୍କ ଇମେଲ୍ ଆଇଡି, କରୋନା ଆକ୍ରାନ୍ତ ନାଁ ଲେଖନ୍ତୁ

ଆକ୍ରାନ୍ତଙ୍କ ବୟସ, ଲିଙ୍ଗ, ଫୋନ୍ ନମ୍ବର, ବିକଳ୍ପ ନମ୍ବର ଦିଅନ୍ତୁ

ଆକ୍ରାନ୍ତଙ୍କ ବର୍ତ୍ତମାନର ଠିକଣା (ସଂକ୍ରମିତ ଯେଉଁ ସ୍ଥାନରେ ଅଛନ୍ତି ସମ୍ପୂର୍ଣ୍ଣ ଠିକଣା) ଲେଖନ୍ତୁ

ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଠିକଣା ଦିଅନ୍ତୁ

କେଉଁ ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଲେଖିବା ପରେ ସମ୍ବିଟ୍ କରି ଦିଅନ୍ତୁ

Comments are closed.