Latest Odisha News

BREAKING NEWS

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ପଞ୍ଜାବ କିଙ୍ଗସ ଅଧିନାୟକ କେଏଲ ରାହୁଲ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଟିମ୍ ଏହି ମ୍ୟାଚରେ ବିଜୟ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ମୁମ୍ବାଇର ପେସ ବୋଲର ଯଶପ୍ରୀତ ବୁମରାହ ଦଳ ପକ୍ଷରୁ ଆଇପିଏଲରେ ୧୦୦ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି ।

ମୁମ୍ବାଇ ୪ ମ୍ୟାଚରୁ ୪ ପଂଏଟ ହାସଲ କରିଥିବା ବେଳେ ପଞ୍ଜାବ ୪ ମ୍ୟାଚରୁ ୨ ପଂଏଟ ହାତେଇଛି । ଉଭୟ ଟିମ୍ ମଧ୍ୟରେ ଆଇପିଏଲରେ ଓଭରାଲ ୨୬ ମ୍ୟାଚ ଖେଳାଯାଇଛି । ଏଥିରେ ମୁମ୍ବାଇ ୧୪ ଓ ପଞ୍ଜାବ ୧୨ ପଂଏଟ ହାସଲ କରିଛି । ଚଳିତ ସଂସ୍କରଣରେ ମୁମ୍ବାଇ ବ୍ୟାଟ୍ସମ୍ୟାନ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି ।

Leave A Reply

Your email address will not be published.