Latest Odisha News

BREAKING NEWS

ଅକ୍ଟୋବର ୧ରୁ ଖୋଲିବ ସିନେମା ହଲ୍‌

କୋଲକାତା: ଅକ୍ଟୋବର ପହିଲାରୁ ଖୋଲିବ ସିନେମା ହଲ୍ । କେବଳ ସେତିକି ନୁହେଁ ଯାତ୍ରା, ମୁକ୍ତାକାଶ ରଙ୍ଗମଂଚ ମଧ୍ୟ ଖୋଲିବ । କୋଭିଡ ନିୟମ ମାନିବା ସହ କିଛି କଟକଣା ରଖି ଏଭଳି ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିଭଳି ନୃତ୍ୟ, ଗୀତ ଓ ମ୍ୟାଜିକ ଶୋକୁ ମଧ୍ୟ ଆସନ୍ତା ମାସରୁ ଅନୁମତି ମିଳିବ ।

ତେବେ ଏଥିରେ ୫୦ଜଣ କିମ୍ବା ତାଠାରୁ କମ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ ମହାମାରୀ ପରେ ସିନେମାହଲ ଖୋଲିବା ପାଇଁ ନିଷ୍ପତି ନେବାରେ ପଶ୍ଚିମବଙ୍ଗ ହେଉଛି ଦେଶର ପ୍ରଥମ ରାଜ୍ୟ । କୋଭିଡ ଯୋଗୁଁ ମାର୍ଚ୍ଚରେ ଦେଶରେ ତାଲାବନ୍ଦ ହେବା ପରେ ସିନେମାହଲ ବନ୍ଦ ରହିଥିଲା । ପଶ୍ଚିମବଙ୍ଗରେ ଦଶହରା ପୂର୍ବରୁ ମମତା ବାନାର୍ଜୀ ସରକାର ଏଭଳି ବଡ ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.