Latest Odisha News

BREAKING NEWS

ଦିନକ ପରେ ମୌସୁମୀ ଅଧିବେଶନ, ଆଜି ବି ଚାଲିଛି ବିଧାୟକଙ୍କ କୋଭିଡ ଟେଷ୍ଟିଂ

ଭୁବନେଶ୍ୱର: ଆଉ ଦିନକ ପରେ ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ ଏବଂ କର୍ମଚାରୀଙ୍କ ଆଜି ବି କରୋନା ଟେଷ୍ଟ ହେଉଛି । ଆଜି ସକାଳ ୮ଟାରୁ ଟେଷ୍ଟ ଆରମ୍ଭ ହୋଇଛି । ନମୁନା ସଂଗ୍ରହ ଲାଗି ବିଧାନସଭା ପରିସରରେ ୬ଟି କାଂଉଟର କରାଯାଇଛି । ସାମାଜିକ ଦୂରତା ରଖି ନମୂନା ସଂଗ୍ରହ ଲାଗି ଦୁଇଟି ପ୍ରତିକ୍ଷାଳୟ କରାଯାଇଛି । ଏହାସହ ନମୁନା ସଂଗ୍ରହ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ଓ ପଂଜିକରଣ ଲାଗି ବ୍ୟବସ୍ଥା ମଧ୍ୟ ହୋଇଛି ।

କାଲି ସନ୍ଧ୍ୟା ଭିତରେ ମୋଟ ୭୫୭ ଟେଷ୍ଟ କରାଯାଇଥିଲା । ବାଚସ୍ପତିଙ୍କ ସମେତ ୨୦ ଜଣ ବିଧାୟକ କୋଭିଡ ଟେଷ୍ଟ କରିଥିଲେ । ପରୀକ୍ଷାରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ହିଁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଗତକାଲି ମଧ୍ୟ କରୋନା ଟେଷ୍ଟିଂ ପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.