Latest Odisha News

BREAKING NEWS

ବିଶ୍ୱକପର ବୃହତ ବିଜୟ ସହ ସେମିରେ ଭାରତ

ମୁମ୍ବାଇ: ଭାରତ ବିଶ୍ୱକପରେ ଶ୍ରୀଲଙ୍କାକୁ ବୃହତ ବ୍ୟବଧାନରେ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଥିଲା । ଏହା ପୂର୍ବରୁ ୨୦୦୭ରେ ବରମୁଡାକୁ ଭାରତ ୨୫୭ ରନରେ ହରାଇଥିଲା । ନଭେମ୍ବର ୨ରେ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପର ୩୩ ତମ ମ୍ୟାଚ୍ ଖେଳାଯାଇଥିଲା ।  ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ପରେ ଭାରତୀୟ ବୋଲରମାନେ ମଧ୍ୟ ଭଲ ଫର୍ମରେ ଥିବା ଜଣାପଡିଛି । ଏହାର କାରଣ ଥିଲା ଯେ ୩୫୮ ରନ୍‌ର ବଡ ଟାର୍ଗେଟକୁ ପିଛା କରିବା ବେଳେ ଶ୍ରୀଲଙ୍କା ଦଳ ୧୯.୪ ଓଭରରେ ମାତ୍ର ୫୫ ରନ୍‌ରେ ଅଲ୍ ଆଉଟ ହୋଇଯାଇଛି ।

ଆଜିର ମ୍ୟାଚରେ ଭାରତୀୟ ବୋଲରଙ୍କ ସାମ୍ନାରେ ଶ୍ରୀଲଙ୍କା ବ୍ୟାଟର ସମ୍ପୂର୍ଣ୍ଣ ଅସହାୟ ମନେ ହେଉଥିଲା। ପରିସ୍ଥିତି ଏପରି ଥିଲା ଯେ ପାଞ୍ଚ ଜଣ ବ୍ୟାଟର ଖାତା ଖୋଲିନପାରି ଫାଭିଲିଅନକୁ ଫେରିଥିଲେ। ଏଥିରେ ପଥୁମ୍ ନିସଙ୍କା, ଡିମୁଥ୍ କରୁଣାରତ୍ନେ, ସାଦିରା ସମରବିକ୍ରମା, ଦୁଶାନ୍ ହେମନ୍ଥା ଏବଂ ଦୁଷ୍ମନ୍ଥା ଚାମିରାଙ୍କ ନାମ ରହିଛି।

ଭାରତ ବିପକ୍ଷ ଆଜିର ମ୍ୟାଚରେ ଶ୍ରୀଲଙ୍କାର ମାତ୍ର ତିନିଜଣ ବ୍ୟାଟର ଦୁଇ ଅଙ୍କରେ ପହଞ୍ଚିବାରେ ସଫଳ ହୋଇଥିଲେ। ଭାରତୀୟ ଦ୍ରୁତ ବୋଲରମାନେ ଶ୍ରୀଲଙ୍କା ବିପକ୍ଷରେ ପ୍ରଭାବଶାଳୀ ଥିଲେ। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପାଞ୍ଚ ଓଭର ବୋଲିଂ କରି ସର୍ବାଧିକ ପାଞ୍ଚଟି ସଫଳତା ହାସଲ କରି ୧୮ ରନ୍ ଦେଇଥିଲେ। ଶାମି ବ୍ୟତୀତ ମହମ୍ମଦ ସିରାଜ ସାତ ଓଭରରେ ୩ଟି ଓ୍ୱିକେଟ ନେଇ ୧୬ ରନ୍ ଦେଇଥିଲେ ଏବଂ ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ଯଥାକ୍ରମେ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.