Latest Odisha News

ସୁଧା ଚନ୍ଦ୍ରନଙ୍କୁ କ୍ଷମା ମାଗିଲା ସିଆଇଏସଏଫ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନୃତ୍ୟ କଳାକାର ସୁଧା ଚନ୍ଦ୍ରନଙ୍କୁ କ୍ଷମା ମାଗିଛି ସିଆଇଏସଏଫ । ବିମାନ ବନ୍ଦରରେ ଚେକିଂ ସମୟରେ ନିୟମ ଦୃଷ୍ଟିକୋଣରୁ ସୁରକ୍ଷାକର୍ମୀମାନେ ତାଙ୍କୁ ତାଙ୍କ କୃତ୍ରିମ ଗୋଡ ବାହାର କରିବାକୁ କହିଥାନ୍ତି । ଯାହାକି ଏକ କଷ୍ଟଦାୟକ ପ୍ରକ୍ରିୟା । ବାରମ୍ବାର ଏ ଭଳି ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେ ତାଙ୍କର ଏହି ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ରାଜ୍ୟ ସରକାରଙ୍କୁ ଏକ ଭିଡିଓ ମେସେଜ ମାଧ୍ୟରେ ଜଣାଇଥିଲା । ଏହି ଭିଡିଓ ଭାଇରାଲ ହୋଇଥିଲା ।

ଶେଷରେ ସିଆଇଏସଏଫଏଫ ତାଙ୍କୁ କ୍ଷମା ମାଗିବା ସହ ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ ବୋଲି କହିଥିଲା । ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଡ ପ୍ରଚଳନ କରାଯାଉ ବୋଲି ସୁଧା ତାଙ୍କ ଭିଡିଓରେ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ସୁଧା ଚନ୍ଦ୍ରନ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ବଂଚାଇବା ପାଇଁ ଡାକ୍ତର ଗୋଡ କାଟିବାକୁ ବାଧ୍ୟ ହୋଇଥିଲେ । ଏହା ପରେ ସେ କୃତ୍ରିମ ଗୋଡ ଲଗାଇଥିଲେ ।

Leave A Reply

Your email address will not be published.