Latest Odisha News

ବିସିସିଆଇ ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହେଲେ ଓଡିଶାର ସୁଶୀଲ

ଭୁବନେଶ୍ୱର:ଓଡିଶାର ଉଦୀୟମାନ କ୍ରିକେଟର ସୁଶୀଲ କୁମାର ବାରିକ ୧୯ ବର୍ଷରୁ କମ୍ ବିସିସିଆଇ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ଭିନୁ ମଙ୍କଡ ଟ୍ରଫିରେ ଅଲରାଉଣ୍ଡର ସୁଶୀଲ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏଲିଟ ଗ୍ରୁପରେ ଓଡିଶା ୨ ବିଜୟ ଓ ୨ ପରାଜୟ ସହ ତୃତୀୟ ସ୍ଥାନରେ ରହିଥିଲା ।

ଓଡିଶା କ୍ରିକେଟ ଆସୋସିଏଶନରୁ ମିଳିଥିବା ରିପୋର୍ଟ ଅନୁସାରେ ସୁଶୀଲଙ୍କୁ ଚ୍ୟାଲେଞ୍ଜର ଟ୍ରଫିରେ ଟିମ ଏଫରେ ସ୍ଥାନ ମିଳିଛି । ଅହମ୍ମଦାବାଦରେ ନଭେମ୍ବର ୩ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ବିସିସିଆଇ ବାୟୋ ବବଲ କୋଭିଡ-୧୯ ପ୍ରୋଟୋକୋଲ ଅନୁସାରେ ସୁଶୀଲ କ୍ୱାରେଂଟାଇନରେ ରହିବେ । ସେ ଅକ୍ଟୋବର ୨୫ରେ ଦଳ ସହିତ ଯୋଗ ଦେବେ ।

Leave A Reply

Your email address will not be published.