ଦରଭଙ୍ଗା: ବିହାରର ଦରଭଙ୍ଗାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ନିର୍ମାଣରେ ବିଳମ୍ବ ହେବାରୁ ସ୍ଥାନୀୟ ନାଗରିକ ଅଭିନବ ପ୍ରତିବାଦ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚ ପୂର୍ବରୁ ଏଠାରେ ଏମ୍ସ କରାଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଏଠାରେ ଗୋଟିଏ ବି ଇଟା ଖଂଜା ଯାଇ ନାହିଁ । ସ୍ଥାନୀୟ ନାଗରିକମାନେ ଗୋଟିଏ ଗୋଟିଏ ଇଟା ଏଥିପାଇଁ ଦାନ କରିବା ଆରମ୍ଭ କରିଛନ୍ତି ।
ବର୍ତମାନ ପର୍ଯ୍ୟନ୍ତ ୩୦୦୦୦ ପାଖାପାଖି ଇଟା ସଂଗୃହୀତ ହୋଇ ସାରିଛି । ଅଗଷ୍ଟ ୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଅନ୍ୟ ପକ୍ଷରେ ୟୁନିୟନ କ୍ୟାବିନେଟ ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।
Comments are closed.