Latest Odisha News

BREAKING NEWS

କ୍ରିସମାସ ପାଇଁ ଚଳଚଞ୍ଚଳ ରାଜଧାନୀ; ସାନ୍ତା ପୋଷାକର ବଢୁଛି ଚାହିଦା

ଭୁବନେଶ୍ୱର: କ୍ରିସମାସ ପର୍ବ ଲାଗି ଆଉ ଦିନ କେଇଟା ବାକି ରହିଥିବା ବେଳେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ଏପରିକି ଏଠାରେ ଥିବା ସମସ୍ତ ଗୀର୍ଜା ଘର ମଧ୍ୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇପଡିଲାଣି । ଖାଲିଯେ, ଚର୍ଚ୍ଚ ତା’ ନୁହେଁ ଭୁବନେଶ୍ୱରର ପ୍ରମୁଖ ସପିଂ ମଲ୍ ତଥା ଦୋକାନ ବଜାର ମଧ୍ୟ ଆଲୋକମାଳାରେ ଖୁବ୍ ସଜ୍ଜେଇ ହୋଇଛି ।

ଖ୍ରୀଷ୍ଟିୟାନମାନଙ୍କ ବଡପର୍ବ ହେଉଛି ଖ୍ରୀଷ୍ଟମାସ ବା କ୍ରିସମାସ । ଏସମ୍ବନ୍ଧୀୟ ବିଭିନ୍ନ ସାମଗ୍ରୀ କିଣିବା ଲାଗି ଏବେଠୁ ରାଜଧାନୀର ଦୋକାନ ବଜାରରରେ ଖ୍ରୀଷ୍ଟଧର୍ମାବଲମ୍ବୀ ତଥା ଶ୍ରଦ୍ଧାଳୁଙ୍କ ଭିଡ ପରିଲିକ୍ଷିତ ହେଉଛି ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ସ୍ଥାନେସ୍ଥାନେ ଖୋଲିଗଲାଣି ଖ୍ରୀଷ୍ଟମାସ ପସରା । କ୍ରିସମାସ ଟ୍ରି, ଷ୍ଟାର୍, ସାନ୍ତାକ୍ଲଜ୍, ହ୍ୟାଙ୍ଗିଙ୍ଗ ବଲ୍ ବେଲ୍, ସାନ୍ତା ଟୟ, ସାନ୍ତା ଟୋପି, ସାନ୍ତା ମୋଜା, ପୋଷାକ, ଖ୍ରୀଷ୍ଟ ମାସ ବ୍ୟାଣ୍ଡ, ବିଭିନ୍ନ ଡିଜାଇନର କାର୍ଡ, ଝୁମର, ଜରିମାଳ, ଜିସସ୍ ଓ ମଦର ମେରୀଙ୍କ ଷ୍ଟାଚ୍ୟୁ, ମ୍ୟୁଜିକାଲ୍ ତଥା ଡ୍ୟାସିଂ ସାନ୍ତା ଭଳିକି ଭଳି ସମାଗ୍ରୀରେ ଭରିରହିଛି ଦୋକନ ବଜାର । ଯାହାକୁ କିଣିବା ଲାଗି ଛୁଆ ଠାରୁ ଆରମ୍ଭ କରି ବୃଦ୍ଧପର୍ଯ୍ୟନ୍ତ ସମସ୍ତଙ୍କ ଭିଡ ଜମୁଛି ।

ରାଜେଶ କୁମାର ନାମକ ଜଣେ ଦୋକାନୀ କହିଛନ୍ତି, “ସାନ୍ତାକ୍ଲଜ୍ ଟୋପି ଓ ମାସ୍କ କୁନିକୁନି ପିଲାମାନଙ୍କୁ ଖୁବ୍ ଆକୃଷ୍ଟ କରିପାରୁଛି । ସାନ୍ତା ଟୋପିର ଦାମ୍ ୩୦ ଟଙ୍କା ରହିଥିବା ବେଳେ ସାନ୍ତା ପୋଷାକ ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ଯାଏଁ ରହିଛି” ।

ରାଜେଶ ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ସେ ଏହିସବୁ ସାମଗ୍ରୀକୁ ଦିଲ୍ଲୀରୁ ଆଣି ଏଠାରେ ବିକ୍ରି କରୁଥିବା କହିଛନ୍ତି ।

ମୋ’ ପରି ଅନେକ ବ୍ୟକ୍ତି ଦିଲ୍ଲୀରୁ ଏହିସବୁ ଜିନିଷ ଆଣି ଏଠାରେ ବିକ୍ରି କରୁଛନ୍ତି । ଆମେସବୁ ସିଜିଓନାଲ୍ ବିଜିନେସମ୍ୟାନ । ଏହାପୂର୍ବରୁ ମୁଁ ବାଇକ ଓ ଦୁଇ ଚିକିଆ ଗାଡିର କଭର୍ ବିକାବିକି କରୁଥିଲି ବୋଲି କୁହନ୍ତି ରାଜେଶ ।

ଏହାବ୍ୟତିତ ଅନ୍ୟଜଣେ ଦେକାନୀ କହିଛନ୍ତି ଯେ କ୍ରିସମାସ ଲାଗି ଚଳିତଥରର ମୁଖ୍ୟ ଆକର୍ଷଣ ପାଲଟିଛି କ୍ରିପ ସେଟ୍ । ଯେଉଁଥିରେ ନଡିଆ କତା, ଉଲ୍, ବାଉଁଶ କାଠି ଆଦିରେ ତିଆରି ଗୁହାଳ ଘର ଓ ମଦର ମେରୀ, ଯୀଶୁଙ୍କ ସହ ଅନ୍ୟାନ୍ୟ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି ।

Leave A Reply

Your email address will not be published.