Latest Odisha News

BREAKING NEWS

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଜି ରେଲୱେ ଷ୍ଟେସନ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରେନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଛି ।

ମିଳିଥିବା ସୂଚନାନୁଯାୟୀ କୋଇଲା ବୋଝେଇ ଟ୍ରେନଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଟ୍ରେନର ପ୍ରାୟ ୨୧ ବଗିରୁ ଧୁଆଁ ବାହାରୁଥିବା ଜଣାପଡିଥିଲା । ଏହି ଖବର ଜଣାପଡିବା ପରେ ଟ୍ରେନକୁ କଣ୍ଟାବାଜି ରେଳଷ୍ଟେସନରେ ଅଟକାଇ ଦିଆଯାଇଥିଲା ।
ପରେ ରେଳକର୍ତ୍ତୃପକ୍ଷ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଥିଲେ ।

ତେବେ କଠିନ୍ ପରିଶ୍ରମ ପରେ ଆଜି ଭୋର୍ ପ୍ରାୟ ୪ଟା ସମୟରେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଥିବା ବେଳେ ଏଯାବତ୍ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ ।

Leave A Reply

Your email address will not be published.