Latest Odisha News

BREAKING NEWS

ନଦୀକୁ ଖସିଲା ITBP ଯବାନଙ୍କୁ ନେଇ ଯାଉଥିବା ବସ୍, ୬ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ନଦୀକୁ ITBP ଯବାନଙ୍କ ବସ୍ ଖସି ପଡ଼ିଛି । ତାଜା ସୂଚନା ଅନୁସାରେ ଦୁର୍ଘଟଣାରେ ୬ ଜଣ ITBP ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆର୍ମି ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଅମରନାଥ ଯାତ୍ରାରେ ମୁତୟନ ହୋଇଥିବା ITBP ଯବାନ  ଏକ ବସରେ ଚନ୍ଦନୱାରୀରୁ ପହଲଗାମ ଅଭିମୁଖେ ଯାଉଥିଲେ ।

ରାସ୍ତାରେ ବସର ବ୍ରେକ୍ ଫେଲ୍ ହେବାରୁ ଗାଡ଼ିଟି ରାସ୍ତାକଡ଼ ନଦୀକୁ ଖସି ପଡ଼ିଥିଲା । ବସରେ ୩୭ ଜଣ ITBP ଯବାନଙ୍କ ସହ ଜମ୍ମୁକାଶ୍ମୀର ପୋଲିସର ୨ ଜଣ ଥିଲେ । ପହଲଗାମର ଫ୍ରିସଲନ୍ ନିକଟରେ ରାସ୍ତାକଡ଼ ନଦୀକୁ ବସଟି ଖସି ପଡ଼ିଛି ।

Leave A Reply

Your email address will not be published.