Latest Odisha News

BREAKING NEWS

ଆସନ୍ତାକାଲିଠୁ ସିଭିଲ୍ ସର୍ଭିସ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସେପ୍ଟେମ୍ବର ୨୦ରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ସିଭିଲ୍ ସର୍ଭିସ (ମେନ୍)ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ସିଭିଲ୍ ସର୍ଭିସ ପରୀକ୍ଷାର ୨ୟ ପର୍ଯ୍ୟାୟ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ହୋଇଥିବା ବେଳେ ପ୍ରାର୍ଥୀମାନଙ୍କ ଲାଗି ବିଭିନ୍ନ ବିଷୟବସ୍ତୁ ଉପରେ ପଶ୍ନ ରହିବ ।

ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି)ଙ୍କ ଦ୍ୱାରା ପୂର୍ବରୁ ଏହି ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବା ଲାଗି ଏକ ଯୋଗ୍ୟତା ଭିତ୍ତିକ ମାର୍କସ ଧାର୍ଯ୍ୟ କରାଯାଇଛି । ଏଥିରେ ଉର୍ତ୍ତୀର୍ଣ୍ଣ ହେଲେ ୱାନ ଟୁ ୱାନ ଇଣ୍ଟରଭିୟୁ ଲାଗି ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇପାରିବେ ।

ଏହି ଲିଖିତ ପରୀକ୍ଷା ସମୁଦାୟ ୧,୭୫୦ ମାର୍କସକୁ ନେଇ ଅନୁଷ୍ଠିତ ହେଉଛି । ସେହିପରି ପରବର୍ତ୍ତୀ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷାରେ ମାର୍କ ରହିଛି ସମୁଦାୟ ୨୭୫ । ଲିଖିତ ପରୀକ୍ଷାର ଫଳାଫଳ ହିଁ ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ଲାଗି ଗଣାହେବ ।

ସିଭିଲ୍ ସର୍ଭିସ ଲାଗି ଚଳିତ ବର୍ଷ ୧୧,୮୪୫ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିପାରିଛନ୍ତି । ଏହିସମସ୍ତ ପରୀକ୍ଷାର୍ଥୀ ପ୍ରିଲିମିନାରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ମେନ ପରୀକ୍ଷା ଲାଗି ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।

ଗତବର୍ଷ ପ୍ରାୟ ୧୪,୦୦୦ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ୧,୯୯୪ ପରୀକ୍ଷାର୍ଥୀ ଉର୍ତ୍ତୀର୍ଣ୍ଣ ହୋଇ ସାକ୍ଷାତକାର ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.