Latest Odisha News

BREAKING NEWS

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପୁନଃଗଠନ ହେବ: ନିରଞ୍ଜନ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନଃଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ କହିଛନ୍ତି, ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ଙ୍କ ନିର୍ଦ୍ଦେଶାନୁଯାୟୀ ପିସିସିଙ୍କ ବ୍ୟତିତ ସମସ୍ତ ଉପ-କମିଟିର ପୁନଃଗଠନ କରାଯିବ ।

ଗତ ଲୋକସଭା ଓ ବିଧାନସଭା ନିର୍ବାଚନରେ ସାମିଲ ଥିବା ତଥା କାମ କରିଥିବା ନେତାମାନଙ୍କୁ ଉକ୍ତ ପୁନଃଗଠନ ସମିତିର ସଦସ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

“ଏହି ସମିତି ଗୁଡିକର ଆକାର ଛୋଟ ହେବ ଏବଂ ଚଳିତ ମାସରୁ ହିଁ ଏହାର ପୁନଃଗଠନ ପ୍ରକ୍ରିୟା ଆରମ୍ଭ କରାଯିବ” ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.