ମୁମ୍ବାଇ: ସମ୍ବିଧାନ ଦିବସ (ନଭେମ୍ବର ୨୬, ୨୦୨୬) ଅବସରରେ ମହାରାଷ୍ଟ୍ରର ନାଗପୁରଠାରେ କକ୍ରୋଚ ଜନତା ପାର୍ଟି (CJP) ପକ୍ଷରୁ ‘ଲୋକତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ’ ରାଲି ଆୟୋଜନ କରାଯାଉଛି। କକରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏହି ରାଲିର ଘୋଷଣା କରିଛନ୍ତି ଏବଂ ସେ ଏହାର ନେତୃତ୍ୱ ନେବେ।
ଏହି ରାଲି ନଭେମ୍ବର ୨୬ ତାରିଖ ଅପରାହ୍ନ ୪ଟା ସମୟରେ ନାଗପୁରର ଐତିହାସିକ ସମ୍ବିଧାନ ଚୌକଠାରେ ଅନୁଷ୍ଠିତ ହେବ। ଗଣତନ୍ତ୍ରର ସୁରକ୍ଷା ଏବଂ ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ନାଗରିକମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି। ଏଥିସହ ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ନିର୍ବାଚନ ଆୟୋଗଙ୍କଠାରୁ ସ୍ୱଚ୍ଛତା ଦାବି କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ।
ଅଭିଜିତ ଦୀପକେ ସ୍ପଷ୍ଟ କରିଛନ୍ତି ଯେ CJP କୌଣସି ନିର୍ବାଚନରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ କିମ୍ବା କୌଣସି ରାଜନୈତିକ ଦଳକୁ ସମର୍ଥନ କରିବ ନାହିଁ, ବରଂ ଏହା ଏକ ସ୍ୱାଧୀନ ଚାପ ସୃଷ୍ଟି କାରୀ ଗୋଷ୍ଠୀ (pressure group) ଭାବେ କାର୍ଯ୍ୟ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ବେକାରୀ ଭଳି ପ୍ରସଙ୍ଗ ଉଠାଇବ। ଦିପକେ କହିଛନ୍ତି ଯେ ନିର୍ବାଚନ ଆୟୋଗର କାର୍ଯ୍ୟରେ ତ୍ରୁଟି ଏବଂ ପାର୍ଟି ଜନସାଧାରଣଙ୍କୁ ଉତ୍ତର ଦେବା ପାଇଁ ବ୍ୟାପକ ଆବଶ୍ୟକତା ଉପରେ ଏହି ସମାବେଶ ଧ୍ୟାନ ଦେବ। CJP ମତ ରଖିଛି ଯେ ଯଦି ନାଗରିକମାନେ ନିର୍ବାଚନରେ ଆତ୍ମବିଶ୍ୱାସ ବଜାୟ ରଖିବାକୁ ଚାହାଁନ୍ତି ତେବେ ଗଣତାନ୍ତ୍ରିକ ସଂସ୍ଥା ନିରପେକ୍ଷ ଏବଂ ଖୋଲାଖୋଲି ଭାବରେ କାର୍ଯ୍ୟ କରିବା ଆବଶ୍ୟକ। ଦଳ “ଭୋଟ୍ ଚୋରି” ଅଭିଯୋଗ କରିଛି ଏବଂ ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିଛି।
