Latest Odisha News

BREAKING NEWS

ସିକେ ନାୟୁଡୁ ଟ୍ରଫି : ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ତ୍ରିଭେନ୍ଦ୍ରମରେ ଅନୁଷ୍ଠିତ ସିକେ ନାୟୁଡୁ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଝାଡଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଝାଡଖଣ୍ଡ ପ୍ରଥମେ ବ୍ୟାଟିଂ କରି ୪୫୨ ରନ ସଂଗ୍ରହ କରିଥିଲା । ଜବାବରେ ଓଡିଶା ପ୍ରଥମ ଇନିଂସରେ ୨୫୩ ରନ କରି ଫଲୋଅନ ହୋଇଥିଲା । ଆର୍ଶୀବାଦ ସ୍ୱାଇଁ ୧୦୯ ଓ ଦେବାଶୀଷ ୬୧ ରନର ଇନିଂସ ଖେଳିଥିଲେ ।

ଦ୍ୱିତୀୟ ଇନିଂସରେ ପୁନର୍ବାର ଓଡିଶାର ଯୁବ ବ୍ୟାଟ୍ସମ୍ୟାନ ଫେଲ ମାରି ୧୧୧ ରନରେ ସମସ୍ତ ୱିକେଟ ହରାଇଥିଲେ । ଫଳରେ ଝାଡଖଣ୍ଡ ଏହି ମ୍ୟାଚକୁ ଇନିଂସ ଓ ୮୮ ରନରେ ଜିତି ନେଇଥିଲା । ମନୀଷି ରାନ ମ୍ୟାଚରେ ୧୧ ୱିକେଟ ହାସଲ କରି ଓଡିଶା ପରାଜୟର ମୁଖ୍ୟ କାରଣ ସାଜିଥିଲେ ।

Leave A Reply

Your email address will not be published.