Latest Odisha News

BREAKING NEWS

୩୦ ସେକେଣ୍ଡରେ ଜଣା ପଡ଼ିବ କୋଭିଡ୍ ଟେଷ୍ଟ ରିପୋର୍ଟ !

ନୂଆଦିଲ୍ଲୀ: କରୋନା ଟେଷ୍ଟ କଲେ ୩୦ ସେକେଣ୍ଡରେ ମିଳିଯିବ ଟେଷ୍ଟ ରିପୋର୍ଟ । ଏଭଳି ରାପିଡ୍ ଟେଷ୍ଟିଂ କିଟ୍ ବିକଶିତ କରିବା ଦିଗରେ କାମ କରୁଛନ୍ତି ଭାରତ ଓ ଇସ୍ରାଏଲ । ଡିଆରଡିଓ ସହ ମିଳିତ ଭାବରେ କାମ ଚଳାଇଛନ୍ତି ଇସ୍ରାଏଲ ବିଶେଷଜ୍ଞ ଟିମ୍ ।

ଖୁବ ଶୀଘ୍ର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଶେଷଜ୍ଞ ଟିମ୍ ଭାରତ ଆସିବ । ଇସ୍ରାଏଲ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଗାମୀ ସପ୍ତାହରେ ଇସ୍ରାଏଲର ବୈଦେଶିକ, ପ୍ରତିରକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞଙ୍କୁ ନେଇ ଏକ ସ୍ନତନ୍ତ୍ର ବିମାନ ଦିଲ୍ଲୀ ଆସିବ ।

ଭାରତର ଉତ୍ପାଦନ କ୍ଷମତା ଓ ଇସ୍ରାଏଲର ଟେକ୍ନୋଲୋଜି ବଳରେ ରାପିଡ୍ ଟେଷ୍ଟିଂ କିଟ୍ ବିକଶିତ କରାଯିବ । ବର୍ତ୍ତମାନ କରୋନା ଚିକିତ୍ସା ପାଇଁ କୌଣସି ଔଷଧ ଓ ଟିକା ବାହାରି ନଥିବା ବେଳେ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ଏଭଳି ସ୍ଥିତିରେ ଭାରତରେ କୋଭିଡ୍ ଟେଷ୍ଟ କିଟ୍ ବିକଶିତ କରିବା ପାଇଁ ସହଯୋଗର ହାତ ବଢ଼ାଇଛି ଇସ୍ରାଏଲ୍ ।

Leave A Reply

Your email address will not be published.