Latest Odisha News

BREAKING NEWS

ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଅଣଛାତ୍ର ମୁହାଁମୁହିଁ, ୫ଅଟକ

ଭଦ୍ରକ: ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଏଥିରେ ଜଣେ ଛାତ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ମହାବିଦ୍ୟାଳୟ ପରିସରରେ ଦୁଇ ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହି ସମୟରେ ଗୋଟିଏ ପକ୍ଷର ବ୍ଲେଡ଼ ଆକ୍ରମଣରେ ଅସୁରା ଅଞ୍ଚଳର ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯୁବକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ୫ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ।

Leave A Reply

Your email address will not be published.