Latest Odisha News

BREAKING NEWS

କାନପୁର ଅଭ୍ୟାସ ପିଚ ଦେଖି ରାଗିଗଲେ ଭାରତ, ନ୍ୟୁଜିଲାଣ୍ଡ ଟିମ୍‌

କାନପୁର: ୨୫ ନଭେମ୍ବରରେ କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଠାକାର ଅଭ୍ୟାସ ପିଚ ନେଇ ଉଭୟ ଦଳର ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରିସ୍ଥିତି ଏପରି ହେଲା ଯେ, କ୍ୟୁରେଟର ବାଧ୍ୟ ହୋଇ ପିଚକୁ ସଜାଡିଥିଲେ ।

ଟିମ୍ ଇଣ୍ଡିଆ ଅଧିନାୟକ ଅଜିଙ୍କ୍ୟ ରାହାନେ ଓ କୋଚ ରାହୁଲ ଡ୍ରାଭିଡ ପିଚ ଅନୁଧ୍ୟାନ କରିବା ପରେ କ୍ୟୁରେଟର ଏଲ. ପ୍ରଶାନ୍ତ ରାଓଙ୍କୁ ଭେଟି ଏ ନେଇ ଜଣାଇଥିଲେ । ନ୍ୟୁଜିଲାଣ୍ଡ କୋଚ ମଧ୍ୟ ଅଭ୍ୟାସ ପିଚ ନେଇ ଅଭିଯୋଗ କରିଥିଲେ । ପିଚ ପ୍ରସ୍ତୁତ ହେବା ପରେ ଖେଳାଳିମାନେ ଅଭ୍ୟାସ କରିଥିଲେ ।

Leave A Reply

Your email address will not be published.