ଭୁବନେଶ୍ବର: ପୁଣି ଅଶାନ୍ତ ହୋଇଉଠିଲା ରାଜଧାନୀ । ପଞ୍ଚାୟତ ନିର୍ବାଚନକୁ ନେଇ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ । ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଏବଂ ବୋତଲ ମାଡ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ବହୁ ଲୋକ ଆହତ ହୋଇଛନ୍ତି । ପ୍ରାୟ ଦୁଇ ବର୍ଷ ହେବ ପଞ୍ଚାୟତ ନିର୍ବାଚନ ସରିଲାଣି । ତଥାପି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି ।
ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ ରୁ ଅଧିକ ଆହତ ହୋଇଥିଲେ । ଗତକାଲି ପୁଣି ସମାନ ଘଟଣା ଘଟିଛି । କଥା କଟାକଟିକୁ ନେଇ ଦୁଇ ଓ୍ବାର୍ଡ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ସେପଟେ ଦୁଇ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।
Comments are closed.