ଭୁବନେଶ୍ୱର:ନଭେମ୍ବର ପହିଲାରୁ ମଣ୍ଡିରେ ଧାନ ସଂଗ୍ରହ । ଧାନ ସଂଗ୍ରହ ବେଳେ ଲାଗିବ ସିସିଟିଭି କ୍ୟାମେରା । ମଣ୍ଡିରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ଖରିଫ ଚାଷବେଳେ ଉତ୍ପାଦନ ହୋଇଥିବା ଚାଷୀଙ୍କ ବଳକା ଧାନ ମଣ୍ଡିରେ ଦେଇପାରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ ପାଇଁ କଡା ପଦକ୍ଷେପ ନେଇଛି ରାଜ୍ୟ ସମବାୟ ବିଭାଗ । ପ୍ରତି ମଣ୍ଡିରେ ସେଥିପାଇଁ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରିଛି ବିଭାଗ । ଏହି ନିୟମକୁ କଡାକଡି କରିବା ପାଇଁ ତାଗିଦ ବି କରାଯାଇଛି । ଏନେଇ ରାଜ୍ୟର ସମସ୍ତ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଅଫ କୋପରେଟିଭ ସୋସାଇଟିଜଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ସୂଚନାଥାଉ କି, ରାଜ୍ୟରେ ଚଳିତ ଖରିଫରେ ମୋଟ ୫୯.୭୩ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏ ବର୍ଷ ଧାନଚାଷ ଭଲ ହେବ ବୋଲି କହିଛନ୍ତି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢୀ ଆକଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଧାନମଣ୍ଡିର ଅନିୟମିତତା ଦୂର ପାଇଁ ପଦକ୍ଷେପ ନେଇଛନ୍ତି ସଚିବ । ସେଥିପାଇଁ ଧାନମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇ ବିଭାଗୀୟ ଅଧିକାରୀଙ୍କ ନଜରରେ ସବୁ କାମ କରିବାପାଇଁ ପଦକ୍ଷେପ ନିଆଯାଇଛି ।
ଚାଷୀଙ୍କୁ ମଣ୍ଡିରେ କିପରି ବ୍ୟବହାର ଦେଖା ଯାଉଛି, କେତେ ସମୟ ଅପେକ୍ଷା କରିବାକୁ ପଡୁଛି ସବୁ ସତ ଏବେ ସାମ୍ନାକୁ ଆସିବ । ଏହା ପୂର୍ବରୁ ସବୁ ମଣ୍ଡିକୁ ତଥ୍ୟ ମାଗିଛି ବିଭାଗ । ଏହା ପୂର୍ବରୁ କେତେକ ମଣ୍ଡିରେ ସିସିଟିଭି ଲାଗିଥିଲା । ତେବେ କେତେ ଜାଗାରେ ଲାଗିଛି,କେତେ ଖରାପ ଅଛି ତାହାର ତଥ୍ୟ ମାଗିଛି । ସେହି ଅନୁସାରେ ସମସ୍ତ ମଣ୍ଡିରେ ସିସିଟିଭି ବାଧ୍ୟତାମୂଳକ କରାଯିବ ।
ସୂଚନାଥାଉ କି, ରାଜ୍ୟରେ ମୋଟ ୩୪୫୭ ଧାନ ସଂଗ୍ରହ କେନ୍ଦ୍ର ରହିଛି । ଗଞ୍ଜାମରେ ସର୍ବାଧିକ ୩୬୫ େନ୍ଦ୍ର କରାଯାଇଛି । କଟକରେ ୨୩୧, ପୁରୀରେ ୧୮୭, ବରଗଡରେ ୧୮୫, କଳାହାଣ୍ଡିରେ ୧୮୦ଟି କେନ୍ଦ୍ର ରହିଛି । ସେହିପରି ରସାରା ରାଜ୍ୟରେ ୨୬୨୨ ପ୍ରାଥମିକ ସେବା ସମବାୟ ସମିତି ବା ପାକ୍ସ ରହିଛି ।
BREAKING NEWS
- ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ, ନେବ କି ବାତ୍ୟା ରୂପ!
- ରାହୁଲଙ୍କ ଆହ୍ୱାନ: ‘ନଭେମ୍ବର ୧ ରାଲିରେ ଏକାଠି ହୁଅନ୍ତୁ, ନିଜ ହକ୍ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ’
- ଜନ୍ତର ମନ୍ତରରେ ଆଉ ହେବନି ଆନ୍ଦୋଳନ ! ଜାଣନ୍ତୁ କଣ ହେବ…
- No Government Job: ଆନ୍ଦୋଳନ କଲେ ମିଳିବନି ସରକାରୀ ଚାକିରି! ନିୟମ କଡ଼ା କଲେ ଯୋଗୀ ସରକାର, ହିଂସାରେ ସାମିଲ ହେଲେ ବଢ଼ିବ ଅଡ଼ୁଆ…
- ମେସିଙ୍କୁ ପଛରେ ପକାଇ BOAT ପୁରସ୍କାର ପାଇଲେ ରୋନାଲଡୋ
- Naseeruddin Slams Government: “ମୁଁ ଗର୍ବର ସହ କହୁଛି, ମୁଁ ଜଣେ ମାନସିକ ନକ୍ସଲ!” ସରକାରଙ୍କୁ କଡା ନିଶାନା କଲେ ନସିରୁଦ୍ଦିନ ଶାହ, ଛାତ୍ରଙ୍କ ସମର୍ଥନରେ ଦେଲେ ଦମ୍ଭୋକ୍ତି…
- ବଦଳିଲା ଦର୍ଶନ ସମୟ, ନଭେମ୍ବର ୧ରୁ ଲିଙ୍ଗରାଜ ମନ୍ଦିରରେ…
- ଗଜପତିରେ ଭୂସ୍ଖଳନ, ଯୋଗାଯୋଗରୁ ବିଚ୍ଛିନ୍ନ ହେଲା ଅନେକ ଗାଁ
- ପଶ୍ଚିମ ଏସିଆ ସଂଘର୍ଷ, ୨୨ ଭାରତୀୟଙ୍କ ମୃତ୍ୟୁ: ବୈଦେଶିକ ମନ୍ତ୍ରାଳୟ
- ଆଗ୍ରା MLC ନିର୍ବାଚନ: ଶିକ୍ଷକ ସୀଟ୍ରେ ‘ସପା’ର କବ୍ଜା, ସ୍ନାତକ ଆସନରେ ବିଜେପିର ବାଜିମାତ

Comments are closed.