ଭୁବନେଶ୍ୱର:ନଭେମ୍ବର ପହିଲାରୁ ମଣ୍ଡିରେ ଧାନ ସଂଗ୍ରହ । ଧାନ ସଂଗ୍ରହ ବେଳେ ଲାଗିବ ସିସିଟିଭି କ୍ୟାମେରା । ମଣ୍ଡିରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ଖରିଫ ଚାଷବେଳେ ଉତ୍ପାଦନ ହୋଇଥିବା ଚାଷୀଙ୍କ ବଳକା ଧାନ ମଣ୍ଡିରେ ଦେଇପାରିବେ । ଧାନ ସଂଗ୍ରହରେ ସ୍ୱଚ୍ଛତା ଅବଲମ୍ବନ ପାଇଁ କଡା ପଦକ୍ଷେପ ନେଇଛି ରାଜ୍ୟ ସମବାୟ ବିଭାଗ । ପ୍ରତି ମଣ୍ଡିରେ ସେଥିପାଇଁ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରିଛି ବିଭାଗ । ଏହି ନିୟମକୁ କଡାକଡି କରିବା ପାଇଁ ତାଗିଦ ବି କରାଯାଇଛି । ଏନେଇ ରାଜ୍ୟର ସମସ୍ତ ଡିଭିଜନାଲ ଡେପୁଟି ରେଜିଷ୍ଟ୍ରାର ଅଫ କୋପରେଟିଭ ସୋସାଇଟିଜଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ସୂଚନାଥାଉ କି, ରାଜ୍ୟରେ ଚଳିତ ଖରିଫରେ ମୋଟ ୫୯.୭୩ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏ ବର୍ଷ ଧାନଚାଷ ଭଲ ହେବ ବୋଲି କହିଛନ୍ତି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢୀ ଆକଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଧାନମଣ୍ଡିର ଅନିୟମିତତା ଦୂର ପାଇଁ ପଦକ୍ଷେପ ନେଇଛନ୍ତି ସଚିବ । ସେଥିପାଇଁ ଧାନମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇ ବିଭାଗୀୟ ଅଧିକାରୀଙ୍କ ନଜରରେ ସବୁ କାମ କରିବାପାଇଁ ପଦକ୍ଷେପ ନିଆଯାଇଛି ।
ଚାଷୀଙ୍କୁ ମଣ୍ଡିରେ କିପରି ବ୍ୟବହାର ଦେଖା ଯାଉଛି, କେତେ ସମୟ ଅପେକ୍ଷା କରିବାକୁ ପଡୁଛି ସବୁ ସତ ଏବେ ସାମ୍ନାକୁ ଆସିବ । ଏହା ପୂର୍ବରୁ ସବୁ ମଣ୍ଡିକୁ ତଥ୍ୟ ମାଗିଛି ବିଭାଗ । ଏହା ପୂର୍ବରୁ କେତେକ ମଣ୍ଡିରେ ସିସିଟିଭି ଲାଗିଥିଲା । ତେବେ କେତେ ଜାଗାରେ ଲାଗିଛି,କେତେ ଖରାପ ଅଛି ତାହାର ତଥ୍ୟ ମାଗିଛି । ସେହି ଅନୁସାରେ ସମସ୍ତ ମଣ୍ଡିରେ ସିସିଟିଭି ବାଧ୍ୟତାମୂଳକ କରାଯିବ ।
ସୂଚନାଥାଉ କି, ରାଜ୍ୟରେ ମୋଟ ୩୪୫୭ ଧାନ ସଂଗ୍ରହ କେନ୍ଦ୍ର ରହିଛି । ଗଞ୍ଜାମରେ ସର୍ବାଧିକ ୩୬୫ େନ୍ଦ୍ର କରାଯାଇଛି । କଟକରେ ୨୩୧, ପୁରୀରେ ୧୮୭, ବରଗଡରେ ୧୮୫, କଳାହାଣ୍ଡିରେ ୧୮୦ଟି କେନ୍ଦ୍ର ରହିଛି । ସେହିପରି ରସାରା ରାଜ୍ୟରେ ୨୬୨୨ ପ୍ରାଥମିକ ସେବା ସମବାୟ ସମିତି ବା ପାକ୍ସ ରହିଛି ।
BREAKING NEWS
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ
- ୱିକେଟକିପର ସାଜିଲେ ଯଶସ୍ୱୀ ଜୈସୱାଲ !

Comments are closed.