ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ଉତ୍ତେଜନା ପରେ BNS ୧୬୩ ଜାରି କରାଯାଇଛି । ଉଭୟ ଗାଁର ୧୦ କିମି ପରିଧି ମଧ୍ୟରେ ୧୬୩ ଜାରି ହୋଇଛି । ପୋଲିସ ଓ ବିଏସଏଫ୍ ଯବାନ ମୁତୟନ ରହିଛନ୍ତି । ଏମ୍ଭି ୨୬ରେ ଥିବା ଆବାସିକ ବିଦ୍ୟାଳୟ ୪ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା ଗାଁର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଘରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଥିଲେ । ଖୋଦ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।
କଡ଼ା ସୁରକ୍ଷା ଭିତରେ ଗତକାଲି ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ଶେଷ ହୋଇଛି । ରାତି ତମାମ ମାଲକାନଗିରି ଏମଭି ୨୬ ଗାଁରେ ପୁଲିସର ପହରା ଦେଇଥିଲା । ଏମଭି ୨୬ ସମେତ ପାଖ ଆଖ ଗାଁରେ ମଧ୍ୟ ସୁରକ୍ଷା ଯୋଗାଇଦିଆଯାଇଛି ।