Latest Odisha News

BREAKING NEWS

ସ୍କୁଲ୍‌ରେ କୋଭିଡ୍ ପାଠ: ୨୦୨୨-୨୩ ଶିକ୍ଷାବର୍ଷରୁ ପଢାଯିବ ନୂଆ ପାଠ୍ୟକ୍ରମ

ଏଣିକି ସ୍କୁଲ୍‌ରେ ପଢ଼ାଯିବ କୋଭିଡ୍ ପାଠ । ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ମାଟ୍ରିକ ସିଲାବସ୍‌ରେ ଏହି ବିଷୟ ସଂପର୍କରେ ପଢ଼ାଯିବ । ଏହା ସହିତ ମନ୍ତ୍ରୀ କହିଛନ୍ତି, ଏହି ସେସନ୍‌ରୁ ମାଟ୍ରିକର ଶହେ ପ୍ରତିଶତ ସିଲାବସ୍ ପାଠ ପଢ଼ାଯିବ । ଏହାସହ ପରୀକ୍ଷା ମଧ୍ୟ ସେହି ଅନୁସାରେ ହେବ । ସ୍କୁଲ ଆସୁଥିବା ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡ୍ ଲାଇନ୍ ଜାରି କରିଛି । ତାହା ପାଳନ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷେ, ନିକଟରେ ମହାମାରୀ ଭିତରେ ଚଳିତ ବର୍ଷ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଏଥର ପାସ୍ ହାର ୯୦. ୫୫ ପ୍ରତିଶତ ରହିଛି । ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ୧୧୭୦ ସ୍କୁଲରେ ଶତ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ଟି ସ୍କୁଲରେ ଜିରୋ ରେଜଲ୍ଟ ହୋଇଛି । ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆସନ୍ତା ୧୧ରୁ ୨୫ ତାରିଖ ଯାଏଁ ଅନଲାଇନରେ ରିଚେକିଂ ପାଇଁ ଆବେଦନ କରିପାରିବେ ।

କରୋନା କାଳରେ ଲକଡାଉନ ଯୋଗୁଁ ୨ ବର୍ଷ ଧରି ଅଫଲାଇନ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ I କିନ୍ତୁ ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଫଲାଇନ ମୋଡ ତଥା ପରୀକ୍ଷା ହଲରେ ଦେଇଥିଲେ ମାଟ୍ରିକ ଏକଜାମ I ଏଥର ନୂଆ ପଦ୍ଧତିରେ ମୂଲ୍ୟାୟନ ହୋଇଥିଲା ।

Leave A Reply

Your email address will not be published.