Latest Odisha News

BREAKING NEWS

ନୟାଗଡ଼ ନାକିଠଣା ଜଙ୍ଗଲ ନିକଟରୁ ୧୦ଫୁଟ ଅଜଗର ସାପ ଉଦ୍ଧାର

ନୟାଗଡ଼ : ଉଦ୍ଧାର ହୋଇଛି ଅଜଗର ସାପ । ୧୦ଫୁଟ ଲମ୍ବର ଏହି ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଅଞ୍ଚଳରେ। ନୟାଗଡ଼ର ରଣପୁର ରେଞ୍ଜ ଅଧୀନ ନାକିଠଣା ବିଟ୍ ହାଉସ ନିକଟରୁ ଏହି ୧୦ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରାଯାଇଛି। ନିକଟରେ ଥିବା ଜଙ୍ଗଲରେ ଏହି ଅଜଗର ସାପଟିକୁ ପ୍ରଥମେ ଲୋକେ ଦେଖିଥିଲେ।

ଏନେଇ ସ୍ନେକହେଲ୍ପ ଲାଇନ୍କୁ ଖବର ଦେଇଥିଲେ। ଆଉ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପ୍ରଦୀପ ପରିଡ଼ା। ରଣପୁର ବନବିଭାଗ ସହ ମିଳିତ ଭାବେ ଏହି ସାପଟିକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସାପଟିକୁ ସୁରକ୍ଷିତଭାବେ ନିକଟରେ ଥିବା ଆବାସସ୍ଥଳୀରେ ଛାଡିଦିଆଯାଇଛି।

Leave A Reply

Your email address will not be published.