Latest Odisha News

BREAKING NEWS

ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ

ମାଲକାନଗିରି: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ ପ୍ରସବ କଲେ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା। ଖବର ପାଇ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ପୋଲିସ। ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଛାତ୍ରୀଙ୍କ ଅଭିଭାବକ।

ମାଲକାନିଗିରି ଜିଲ୍ଲା ଚିତ୍ରକୋଣ୍ଡା ଏକ ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି। ୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଜନ୍ମ କରିଛନ୍ତି ପିଲା। ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ଜାଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ। ସ୍କୁଲ କର୍ତ୍ତୃପକ୍ଷ ଥାଇ ଆଦିବସା ଛାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହି ମଧ୍ୟ କିଭଳି ଏହି ଲଜ୍ଜାଜନକ ଘଟଣା ଘଟିଛି ତାକୁ ନିନ୍ଦା କରାଯାଇଛି।

ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡାଇ ୱାର୍ଡେନଙ୍କୁ ଦୋଷ ଲଦିବାରେ ବ୍ୟସ୍ତ ଥିବା ନିଜର ରହିଛି।

Comments are closed.