ଭୁବନେଶ୍ଵର: ପଦ୍ମଶ୍ରୀ ପୁରସ୍କାରକୁ ନେଇ ବିବାଦ, ହାଇକୋର୍ଟରେ ମାମଲାର ଶୁଣାଣି। ହାଜର ହେଲେ ଅଭିଯୋଗକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର। ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ନିଜର କୃତୀ ୨୯ ଟି ପୁସ୍ତକ ବିଚାରପତିଙ୍କୁ ଦେଖାଇଥିଲେ। କିନ୍ତୁ ହାଜର ହୋଇନାହାଁନ୍ତି ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର।
ଉଭୟଙ୍କୁ ହାଜର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ପ୍ରତିପକ୍ଷ ୨୦୨୩ ର ପଦ୍ମଶ୍ରୀ ଗ୍ରହଣ କରିଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ହାଜର ହୋଇ ନାହାଁନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ହାଜର ହୋଇ ପାରିନଥିବା ଦର୍ଶାଇଛନ୍ତି। ଏହା ସହିତ ପରେ ହାଜର ହୋଇ ନିଜର କୃତୀ ଦର୍ଶାଇବା ପାଇଁ ସମୟ ନେଇଛନ୍ତି।
ଆସନ୍ତା ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତା ପୂର୍ବରୁ ପ୍ରତିପକ୍ଷ ନିଜର ସାହିତ୍ୟ କୃତୀ ଦର୍ଶାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଛି।
ସୂଚନା ଥାଉକି ୨୦୨୩ରେ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିଥିଲା ପଦ୍ମଶ୍ରୀ । ପୁରସ୍କାରର ପ୍ରକୃତ ଦାବିଦାର ଭାବେ ଅଭିଯୋଗ ଆଣିଥିଲେ ଆଉ ଜଣେ ଅନ୍ତର୍ଯ୍ୟାମୀ। ତେବେ ସେ ପ୍ରକୃତ ଅନ୍ତର୍ଯ୍ୟାମୀ ମିଶ୍ର ନୁହନ୍ତି ବୋଲି ହାଇକୋର୍ଟରେ ଏକ ପିଟିସନ କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ଡାକ୍ତର। ତାଙ୍କର ୨୯ ଟି ଓଡ଼ିଆ ପୁସ୍ତକ ଓ ଅନ୍ୟ ଭାଷାର ପୁସ୍ତକ ପ୍ରକାଶିତ ହୋଇଛି । ଏ ନେଇ ସେ କେନ୍ଦ୍ର ସରକାର ପଦ୍ମଶ୍ରୀ ଗ୍ରହଣ କରିଥିବା ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପକ୍ଷ କରି ଏହି ମାମଲା କରିଥିଲେ ।
Comments are closed.