Latest Odisha News

BREAKING NEWS

ଅନ୍ବେଷା ହଷ୍ଟେଲରେ ଅଷ୍ଟମ, ନବମ ଶ୍ରେଣୀ ଛାତ୍ରଙ୍କୁ ସହାପାଠୀଙ୍କ ମରଣାନ୍ତକ ଆକ୍ରମଣ

ରାୟଗଡ଼ା: ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଜିଲ୍ଲା । ଆଦିବାସୀ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ହେଲେ ଗୁଣୁପୁର ତହସିଲ୍ ଅଫିସ୍ ନିକଟରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲ୍ ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଆକ୍ରମଣ ଶିକାର ହୋଇଥିବା ଛାତ୍ର ମାନେ ହେଲେ ଅଭିଜିତ୍ ଶବର ନବମ ଶ୍ରେଣୀ ଉଥାପା ଶବର ଅଷ୍ଟମ ଶ୍ରେଣୀ, ପବିତ୍ର ଶବର ଅଷ୍ଟମ ଶ୍ରେଣୀ । କିଛି ଛାତ୍ର ମରଣାନ୍ତକ ଆକ୍ରମଣ କରୁଥିବା ଭିଡିଓ ମୋବାଇଲ୍ କ୍ୟାମେରାରେ କଏଦ୍ କରି ଭାଇରଲ୍ କରିଛନ୍ତି । ହଷ୍ଟେଲ୍ ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଅନୁସୁଚିତ ଜାତି ଓ ଜନଜାତି ପିଲାଙ୍କୁ ହଷ୍ଟେଲ୍ ରେ ରଖି ଉଚ୍ଚ ଶିକ୍ଷା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି । ସହରାଞ୍ଚଳର ଶିକ୍ଷା ଯୋଜନାରେ ହଷ୍ଟେଲ୍ ରେ ଛାତ୍ର ମାନେ ରହି ବିଭିନ୍ନ ଇଂରାଜୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ଅର୍ଜନ କରିବା ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏହି ଭିଡିଓ ଦେଖିଲେ ଛାତ୍ର ମାନେ କିଭଳି ଶିକ୍ଷା ଅର୍ଜନ କରୁଛନ୍ତି ତାହା ଷ୍ପଷ୍ଟ ଅନୁମେୟ ।

ଛାତ୍ର ମାନେ ହଷ୍ଟେଲ୍ ରେ କେତେ ସୁରକ୍ଷିତ, ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ମାନେ କଭଳି ଛାତ୍ରମାନଙ୍କୁ ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଠିକ୍ ବୁଝିହେଉଥିବ । ଭିଡିଓ ଭାଇରଲ ପରେ ହଷ୍ଟେଲ୍ ପହଞ୍ଚି ତଦନ୍ତ କରୁଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରି ଗଙ୍ଗାଧର ବେହେରା । ଆକ୍ରମଣରେ ଶିକାର ହୋଇଥିବା ଛାତ୍ର ମାନଙ୍କୁ ଗୁଣୁପୁର ମେଡିକାଲ୍ ରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡିଛି । ଆହତ ଛାତ୍ର ମାନଙ୍କ ସ୍ବାସ୍ଥ୍ୟ ଠିକ୍ ଥିବା ସୁଚନା ଦେଇଛନ୍ତି ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ । ଜିଲ୍ଲା ପ୍ରଶାସନ ଏଥିରେ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର । ଏନେଇ ହଷ୍ଟେଲ ପରିଚାଳକ କି ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Comments are closed.