ପୁରୀ: ସହରକୁ ସ୍ୱଚ୍ଛ ରଖିବା ପାଇଁ ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡଦାଣ୍ଡର ୬ଟି ସ୍ଥାନ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ, ମର୍ଚ୍ଚିକୋଟ, ମାର୍କେଟ ଛକ, ଡାକ୍ତରଖାନା ଛକ, ବଡଶଙ୍ଖ ଓ ଗୁଣ୍ଡିଚା ମନ୍ଦିର ନିକଟରେ ସକାଳ ୬ଟାରୁ ସଫେଇ ଅଭିଯାନ କରାଯାଇଛି ।
ପ୍ରଥମେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ସଫେଇ ଅଭିଯାନ । ଏହି ଅବସରରେ ସଫେଇ ସଚେତନତା ରଥ ବଡଦାଣ୍ଡର ୬ଟି ସ୍ଥାନରେ ବୁଲିବା ସହ ସ୍ୱଚ୍ଛଚା ବାର୍ତ୍ତା ବାଣ୍ଟିଥିଲା । ୬ଟି ସ୍ଥାନରେ ସମବେତ ପ୍ରାର୍ଥନା କରାଯାଇ ଥିଲା । ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ପୁରୀ ବାସିନ୍ଦା, ଦୋକାନୀ, ଉଠା ଦୋକାନୀ, ହୋଟେଲ ବ୍ୟବସାୟୀ ପ୍ରମୁଖ ସ୍ୱଚ୍ଛ ସବାରୀରେ ଆବର୍ଜନା ପକାଇବା ସହ ବଡଦାଣ୍ଡକୁ ସଫା ରଖିବା ପାଇଁ ଶପଥ ନେଇଥିଲେ ।
ଏହି ଅବସରରେ ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣ ଓ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.