ପୁରୀ: ସହରକୁ ସ୍ୱଚ୍ଛ ରଖିବା ପାଇଁ ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡଦାଣ୍ଡର ୬ଟି ସ୍ଥାନ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ, ମର୍ଚ୍ଚିକୋଟ, ମାର୍କେଟ ଛକ, ଡାକ୍ତରଖାନା ଛକ, ବଡଶଙ୍ଖ ଓ ଗୁଣ୍ଡିଚା ମନ୍ଦିର ନିକଟରେ ସକାଳ ୬ଟାରୁ ସଫେଇ ଅଭିଯାନ କରାଯାଇଛି ।
ପ୍ରଥମେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା ସଫେଇ ଅଭିଯାନ । ଏହି ଅବସରରେ ସଫେଇ ସଚେତନତା ରଥ ବଡଦାଣ୍ଡର ୬ଟି ସ୍ଥାନରେ ବୁଲିବା ସହ ସ୍ୱଚ୍ଛଚା ବାର୍ତ୍ତା ବାଣ୍ଟିଥିଲା । ୬ଟି ସ୍ଥାନରେ ସମବେତ ପ୍ରାର୍ଥନା କରାଯାଇ ଥିଲା । ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ପୁରୀ ବାସିନ୍ଦା, ଦୋକାନୀ, ଉଠା ଦୋକାନୀ, ହୋଟେଲ ବ୍ୟବସାୟୀ ପ୍ରମୁଖ ସ୍ୱଚ୍ଛ ସବାରୀରେ ଆବର୍ଜନା ପକାଇବା ସହ ବଡଦାଣ୍ଡକୁ ସଫା ରଖିବା ପାଇଁ ଶପଥ ନେଇଥିଲେ ।
ଏହି ଅବସରରେ ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଜନସାଧାରଣ ଓ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ ।
BREAKING NEWS
- Maoist banner: ରାୟଗଡ଼ାରେ ଲାଗିଛି ମାଓ ବ୍ୟାନର; ପୋଲିସର ତନାଘନା ଆରମ୍ଭ
- ଏପ୍ରିଲ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା
- Hardcore Naxalites Surrendered: ବିପୁଳ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୯ ହାର୍ଡକୋର ମାଓବାଦୀ
- ଯୋରନ୍ଦା ମହିମା ମନ୍ଦିରର ହେବ ସର୍ବାଙ୍ଗୀନ ବିକାଶ, ରାଜ୍ୟ ପର୍ଯ୍ୟଟନକୁ ମିଳିବ ନୂଆ ଦିଶା
- Z+ Security To Nitin Naveen: ବଢିଲା ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସୁରକ୍ଷା, Z+ ସୁରକ୍ଷା ବଳୟରେ ରହିବେ ନୀତିନ ନବୀନ…CRPF କମାଣ୍ଡୋ ନେବେ ଦାୟିତ୍ଵ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ, ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ
- ୩ଟି ମ୍ୟାଚ ବଦଳାଇ ଦେଇପାରେ ଶ୍ରେୟାଶଙ୍କ ଭାଗ୍ୟ
- SRK Viral Video: ମଞ୍ଚ ଉପରେ ଶାହରୁଖ ଖାନଙ୍କ ସହ ଏକ ସେଲଫି ନେବାକୁ ଚାହୁଁଥିଲେ ପ୍ରଶଂସକ, କିନ୍ତୁ ହାତରୁ ଫୋନ୍ ଛଡ଼ାଇ ନେଇ କିଛି ଏପରି କଲେ କିଙ୍ଗ ଖାନ୍… ଆରମ୍ଭ ହୋଇଗଲା ଚର୍ଚ୍ଚା…
- ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍, ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ରେଡ୍
- ବନ୍ଦ ଘରୁ ୫ ଜଣଙ୍କର ମୃତଦେହ ଉଦ୍ଧାର
Comments are closed.