Latest Odisha News

BREAKING NEWS

ସାମ୍ବାଦିକାଙ୍କୁ ମାଡ ଘଟଣା: ଥାନାକୁ ଆସିଲେ ଟୁଟୁ ନାୟକ, ସେପଟେ ମହିଳା କମିଶନ ନିଜ ଆଡୁ ରୁଜୁ କଲା ମାମଲା

ଭୁବନେଶ୍ୱର: ଥାନାରେ ପହଞ୍ଚିଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ମାଡି ମାରିଥିବା ଅଭିଯୋଗରେ  ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିବା ସୂଚନା ଦେଇଛି ଖାରବେଳ ନଗର ଥାନା ପୋଲିସ । ଘଟଣା ସମ୍ପର୍କରେ ତାଙ୍କୁ ଜେରା ଚାଲିଛି । ତେବେ ଟୁଟୁ ନାୟକ ନିଜେ ଆସି ନାହାନ୍ତି, ତାଙ୍କୁ ଅଣା ଯାଇଥିବା ସ୍ପଷ୍ଟ କରିଛି ଖାରବେଳ ନଗର ଥାନା ପୋଲିସ ।

ସେପଟେ ମହିଳା ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୋଗରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଏପରକି ଘଟଣା ସମ୍ପର୍କରେ ପୋଲିସ କମିଶନରଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ସେହିପରି ମହିଳା ସାମ୍ବାଦିକ ସଂଘ ନ୍ୟାୟ ପ୍ରଦାନ ଦାବିରେ ଡିସିପିଙ୍କୁ ଭେଟି ଟୁଟୁ ନାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ସିସିଟିଭି ଫୁଟେଜ ଆଧାରରେ ନିରପେକ୍ଷ ତଦନ୍ତ କରିବା ସହ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡିସିପି ।

ଏହି ଘଟଣାକୁ ନେଇ ରାଜ୍ୟ ବିଜେପି କଡା ପ୍ରତିକ୍ରିୟା ରଖିଛି । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ, ବିଜେପି ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଘଟଣାର ତୀବ୍ର ନିନ୍ଦା କରିବା ସହ ପ୍ରଯୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନାଥାଉ କି, ଗତକାଲି ଇଟିଭି ଭାରତର ମହିଳା ସାମ୍ବାଦିକଙ୍କୁ ଗାଲକୁ ଚାପୁଡା ମାରିବା ସହ ଠେଲି ଦେଇଥିଲେ । ଏଥିରେ ତାଙ୍କର ମୋବାଇଲ ଓ ବୁମ ତଳେ ପଡି ଯାଇଥିଲା । ହେଲେ ଟୁଟୁ ନାୟକ ସାମ୍ବାଦିକାଙ୍କୁ ସରି କହିବା ତ ଦୂରେ ଥାଉ, ବୁମ ନ ଉଠାଇ ପଳାଇଥିଲେ । ଏହାକୁ ନେଇ ସଂପୃକ୍ତ ସାମ୍ବାଦିକ ଥାନାରେ ଏତଲା ଦେଇଥିଲେ ।

Leave A Reply

Your email address will not be published.