Latest Odisha News

BREAKING NEWS

ରାଜ୍ୟରେ କମୁଛି ଶୀତର ପ୍ରକୋପ, ୧୪ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଲାଗିରହିଥିବାବେଳେ ଏବେ ପୁଣି ଥରେ ବର୍ଷା ସମ୍ଭାବନା ରହିଛି । ଏନେଇ ଆଜିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଯିବ । ଆସନ୍ତା ୧୧ରୁ ୧୪ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ଼ର ପ୍ରଭାବରେ ପୂର୍ବ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ପାରଦ ଉପରମୁହାଁ ରହିବ । ଶୀତ କମିଯିବ ।

ରାଜ୍ୟରେ ଦୁଇଦିନ ପାଗ ଶୁଖିଲା ରହୁଥିବାବେଳେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆସନ୍ତା ୧୧ ଓ ୧୨ ତାରିଖ ଆଡ଼କୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । କୁଆପଥର ବର୍ଷାର ବି ଆଶଙ୍କା ରହିଛି ବୋଲି କୁହାଯାଇଛି । ବର୍ଷା ସମ୍ଭାବନା ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । କିଛି ଦିନ ବ୍ୟବଧାନରେ ବର୍ଷା ଆସି ଚାଷୀଙ୍କ ସୁନାର ଫସଲ ଉଜାଡ଼ିଦେଉଛି । ଏବେ ମଣ୍ଡିରେ ଧାନ ପଡ଼ିରହିଛି । ଚାଷୀମାନେ ଶୀତ କାକରରେ ଧାନକୁ ଜଗିବସିଛନ୍ତି ।

Leave A Reply

Your email address will not be published.