Latest Odisha News

NIT ରାଉରକେଲାରେ ମାଡୁଛି କରୋନା: ସଂକ୍ରମିତ ହେଲେଣି ୧୨୫ ଜଣ

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏନଆଇଟି ରାଉରକେଲାରେ ମାଡୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଯାଏ ୧୨୫ ଜଣ ପଜିଟିଭ୍ ବାହାରିଲେଣି । ଗତକାଲି ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୫୦ରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା ।

ଶୁକ୍ରବାର ଦିନ ଏନଆଇଟିର ୬୪ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । ଗୋଟିଏ କ୍ୟାମ୍ପସରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କରୋନା ମୁକାବିଲାରେ ରାଉରକେଲା ମହାନଗର ନିଗମର ଚିନ୍ତା ବଢିଛି । ଆଜି ଆଉ ୨୭୫ ଜଣଙ୍କର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଉରକେଲା ଏନଆଇଟିରେ ଏବେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ନାହାନ୍ତି । କ୍ୟାମ୍ପସରେ ୩୦୦୦ ଛାତ୍ରଛାତ୍ରୀଙ୍କ ସମେତ ୩୫୦ ଅଧ୍ୟାପକ ଓ ୬୦୦ କର୍ମଚାରୀ ଅଛନ୍ତି ।

Leave A Reply

Your email address will not be published.