ନୂଆଦିଲ୍ଲୀ: ନେପାଳରେ ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ପାଇଁ ଏକ ବଡ଼ ବିମାନ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଅଘଟଣକୁ ଟାଳି ଦେଇଛି । ସୂଚନା ଅନୁସାରେ, ଏୟାର ଟ୍ରାଫିକ କର୍ମଚାରୀଙ୍କ ଯୋଗୁଁ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ ଉଭୟ ଉଭୟଙ୍କ ନିକଟତର ହୋଇ ଯାଇଥିଲେ ।
ଯଦି ସମୟ ପୂର୍ବରୁ ଉଭୟ ବିମାନର ପାଇଲଟ ସତର୍କ ହୋଇ ନଥାନ୍ତେ ତ ବିମାନ ଦୁଇଟି ଆକାଶରେ ଧକ୍କା ହୋଇଥାନ୍ତେ । ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ଲାଗି ଦ ସିଭିଲ୍ ଆଭିଏସନ୍ ଅଥରିଟି ଅଫ୍ ନେପାଳ (CAAN) ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।
Air Traffic Controllers (ATCs) of Tribhuvan International Airport involved in traffic conflict incident (between Air India and Nepal Airlines on 24th March 2023) have been removed from active control position until further notice. pic.twitter.com/enxd0WrteZ
— Civil Aviation Authority of Nepal (@hello_CAANepal) March 26, 2023
ଏହି ଘଟଣା ଶୁକ୍ରବାର ସକାଳେର । ସେତେବେଳେ ନେପାଳ ଏୟାରଲାଇନ୍ସର ବିମାନ ଏୟାରବସ୍ ଏ-୩୨୦ କ୍ୱାଲାଲମପୁରରୁ କାଠମାଣ୍ଡୁ ଆସୁଥିଲା । ଏୟାରଇଣ୍ଡିଆର ବିମାନ ନୂଆଦିଲ୍ଲୀରୁ କାଠମାଣ୍ଡୁ ଯାଉଥିଲା । ଦୁଇ ବିମାନ ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏୟାର ଇଣ୍ଡିଆ ବିମାନ ୧୯ ହଜାର ଫୁଟରୁ ତଳକୁ ଖସୁଥିଲା । ସେହି ସମୟରେ ନେପାଳ ଏୟାରଲାଇନ୍ସର ବିମାନ ୧୫ ହଜାର ଫୁଟ୍ ଉପରେ ଉଡ଼ୁଥିଲା ।
ଯାହା ପରେ ରାଡାରରେ ଦେଖା ଯାଇଥିଲା ଦୁଇ ବିମାନ ପ୍ରାୟ ନିକଟତର ହୋଇ ଯାଇଛନ୍ତି । ଏହା ପରେ ତୁରନ୍ତ ନେପାଳ ଏୟାରଲାଇନ୍ସ ବିମାନକୁ ୭ ହଜାର ଫୁଟକୁ ନିଆ ଯିବାରୁ ଦୁର୍ଘଟଣା ଟଳି ଯାଇଥିଲା ।
Comments are closed.