Latest Odisha News

ଉଦଯାପନ ହେଲା ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଆଇସିଏସ୍ଆଇ (ଇନ୍ଷ୍ଟିଚୁ୍୍ୟଟ୍ ଅଫ କମ୍ପାନୀ ସେକ୍ରେଟେରିଜ୍ ଅଫ ଇଣ୍ଡିଆ)ର ସୁବର୍ଣ୍ଣଜୟନ୍ତୀ (୪୬ତମ ସଂସ୍କରଣ) ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ (୬ଷ୍ଠ ବାର୍ଷିକୀ) ସମାରୋହର ଅନ୍ତିମ ତଥା ଉଦଯାପନୀ ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସମ୍ମିଳନୀରେ ଉପସ୍ଥିତଥିବା ସମ୍ମାନିତ ଅତିଥି ତଥା ଶ୍ରୋତାମାନଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, କମ୍ପାନୀ ସେକ୍ରେଟାରୀମାନେ ସେମାନଙ୍କ ଚିରାଚରିତ ଭୂମିକା ଠାରୁ ଆଗକୁ ବଢିବା ସହିତ ଏକ ପରୀକ୍ଷକ ଭୂମିକାରେ ଅବତୀର୍ଣ୍ଣ ହୋଇ ଗଭର୍ଣ୍ଣାନ୍ସ ସ୍ପେସାଲିଷ୍ଟ ରୂପେ ଅଗ୍ରସର ହେବା ଆବଶ୍ୟକ । ଜାତୀୟସ୍ତରୀୟ ଏହି ପ୍ରକାର ସମ୍ମିଳନୀ ସଫଳତାର ସହ ସମାପନ କରିପାରିଥିବାରୁ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରିଜକୁ ରାଜ୍ୟପାଳ ବେଶ୍ ପ୍ରଂଶସା କରିଥିଲେ ।

ଡଃ ଅଚ୍ୟୁତ ସାମନ୍ତ, ସାଂସଦ, ରାଜ୍ୟସଭା, ମଧ୍ୟ କମ୍ପାନୀସେକ୍ରେଟାରୀ ମାନଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, କମ୍ପାନୀ ସେକ୍ରେଟାରୀମାନେ ଦେଶ ବିକାଶରେ ଭାଗିଦାର ହୋଇପାରିବେ ।

କମ୍ପାନୀ ସେକ୍ରେଟାରୀ ମକରନ୍ଦ ଲେଲେ, ସଭାପତି, ଆଇସିଏସ୍ଆଇ, କମ୍ପାନୀସେକ୍ରେଟାରିଜ୍ ପ୍ରଫେସନାଲ ମାନଙ୍କୁ କୌଣସି ପ୍ରକାର ସୀମା ସରହଦ ନିର୍ମାଣ ନ କରିବା ନିମନ୍ତେ ବିଚାର ପୂର୍ଣ୍ଣଉପଦେଶ ଦେବା ସଙ୍ଗେସଙ୍ଗେ ଅନୁପାଳନ ଭୂମିକା ଠାରୁ ଊଦ୍ଧ୍ୱର୍କୁ ଯିବା ଏବଂ କର୍ପୋରେଟ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ନେବାଭଳି ଦକ୍ଷତା ରଖିବା ଆବଶ୍ୟକ ବୋଲି ସେ କହିଥିଲେ ।

୩ ଦିନ ବ୍ୟାପୀ ଚାଲିଥିବା ଆଇସିଏସ୍ଆଇ (ଇନ୍ଷ୍ଟିଚୁ୍୍ୟଟ୍ ଅଫ କମ୍ପାନୀସେକ୍ରେଟେରିଜ୍ ଅଫ ଇଣ୍ଡିଆ)ର ସୁବର୍ଣ୍ଣଜୟନ୍ତୀ (୪୬ତମ ସଂସ୍କରଣ) ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ (୬ଷ୍ଠ ବାର୍ଷିକୀ) ସମାରୋହ ବେଶ୍ ଉତ୍ସାହର ସହିତ ଉଦଯାପିତ ହୋଇଛି, ଯେଉଁଥିରେ ମୁଖ୍ୟ ବିଷୟବସ୍ତୁ ଥିଲା ଆଇସିଏସ୍ଆଇର ସ୍ପଷ୍ଟ ସଂରଚନା ଏବଂ କମ୍ପାନୀ ସେକ୍ରେଟାରୀମାନଙ୍କ ଭୂମିକା ସାମିଲ ଥିଲା ।

Leave A Reply

Your email address will not be published.