Latest Odisha News

BREAKING NEWS

ପ୍ରବଳ ବର୍ଷାରେ ବେହାଲ ହେଲା ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ : ଆଜି ସକାଳୁ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳ ରାସ୍ତାରେ ପାଣି ଭର୍ତ୍ତି ହୋଇ ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ ଟ୍ରାଫିକ ଜାମ ପରିସ୍ଥିତି ଦେଖାଦେଇଛି ।

ସୂଚନା ଅନୁଯାୟୀ ମାତ୍ର ଅଳ୍ପ ସମୟର ବର୍ଷାରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ ପାଣି ଭରି ଯାଇଛି । ଫଳରେ ସାଧାରଣରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀ-ନୋଏଡା ରାସ୍ତା ପାଖରେ ଏକ ବସ ଫସି ରହିବାରୁ ଅନେକ ସମୟ ଯାଏ ଟ୍ରାଫିକ ଜାମ ହୋଇ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇପାଇଥିଲା ।

Leave A Reply

Your email address will not be published.