Latest Odisha News

ଧର୍ମଶାଳାରେ ବାଦଲଫଟା ବର୍ଷା ଯୋଗୁ ଯାତାୟାତ ଠପ୍‌

ଧର୍ମଶାଳା: ସୋମବାର ଦିନ ହିମାଚଳ ପ୍ରଦେଶର ଧର୍ମଶାଳାରେ ବାଦଲଫଟା ବର୍ଷା ହୋଇଛି। ପ୍ରବଳ ଓ ଲଗାତାର ବର୍ଷା ଯୋଗୁ ସିମ୍‌ଲା ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆଗାମୀ କିଛି ଦିନ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିବ। ସୋମବାର ସକାଳେ କଙ୍ଗରା ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଥିବା ସୂଚନା ମିଳିଛି।

ଯାହା ଫଳରେ ସେହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଯାଏ କୌଣସି ପ୍ରାଣହାନୀ ହେବାର ସୂଚନା ମିଳିନାହିଁ।

Comments are closed.