Latest Odisha News

BREAKING NEWS

ରଥ ଉପରେ ଛେରା ପହଁରା କଲେ ଗଜପତି ମହାରାଜ

ପୁରୀ: ସିଂହଦ୍ୱାର ଆଗରେ ତିନି ରଥରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥ ଉପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଛେରା ପହଁରା ନୀତି । ଗଜପତି ମହାରାଜ ଦିଂବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଛନ୍ତି । ଆଜି ଶ୍ରୀନଅରରୁ ସେ ତାମଯାନରେ ଆସି ବଡ଼ଦାଣ୍ଡରେ ରଥ ନିକଟରେ ପହଞ୍ଚିଥିଲେ । ରାଜାବେଶରେ ତିନି ରଥରେ ଛେରା ପହଁରା କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ।

ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଥିଲେ । ପରେ ସୁବର୍ଣ୍ଣ ସମାର୍ଜନୀରେ ଛେରା ପହଁରା କରିଥିଲେ ପଜପତି ମହାରାଜ । ଏହାପରେ ତାମଜାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥରେ ଛେରା ପହଁରା କରାଯାଇଛି । ଏହି ନୀତି ସମ୍ପାଦନ ପରେ ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ରଥଟଣା ଯିବ ।

Leave A Reply

Your email address will not be published.