ଭୁବନେଶ୍ବର: ଦିନକ ପରେ ଆରମ୍ଭ ହେବ ଡିଜି ସମ୍ମିଳନୀ । ନଭେମ୍ବର ୨୯ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ଚାଲିବ ଏହି ଡିଜି ସମ୍ମିଳନୀ । ପ୍ରଥମ ଥର ପାଇଁ ଓଡିଶା ଏଭଳି ସମ୍ମିଳନୀର ଆୟୋଜନ କରିବାକୁ ଯାଉଥିବା ବେଳେ ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ । ସୁବୁଠୁ ବଡ କଥା ହେଉଛି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଓଡିଶାରେ ୩ ଦିନ ରହଣି କରିବେ । ମୋଦିଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ ।
ଏଥିପାଇଁ ସଜେଇ ହେଲାଣି ରାଜ୍ୟ ଅତିଥି ଭବନ । ଓଡିଆ ସଂସ୍କୃତିର ନିଦର୍ଶନ ଅତିଥି ଭବନରେ ଦେଖିବେ ଅତିଥି । ଏଥିସହିତ ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ପ୍ରଧାନମନ୍ତ୍ରୀ ମୋଦି ରହିଥିବା ବେଳେ ରହଣି ପାଇଁ କଟକଣା ମଧ୍ୟ କଡା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯିବ । କୌଣସି ଡ୍ରୋନ୍ କାର୍ଯ୍ୟକ୍ରମ ସମୟରେ ଉଡ଼ି ପାରିବ ନାହିଁ ।
ତେବେ ଡିଜିପି କନଫରେନ୍ସରେ ଯୋଗ ଦେବାକୁ ଦିନେ ପରେ ତିନି ଦିନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସୁଥିବା ବେଳେ ଅପରାହ୍ନ ୪ଟା ୧୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଏନେଇ ରାଜ୍ୟ ବିଜେପି କାର୍ଯ୍ୟଳାୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି ।