Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୪୫ ଟି ପଞ୍ଚାୟତ ପାଇଁ ୩୩.୩୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୭ ଟି ବ୍ଲକ ପାଇଁ ୩୩.୩୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ନୟାଗଡ ଜିଲ୍ଲାର ରଣପୁର, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି, ଯାଜପୁର ଜିଲ୍ଲାର ବରି, ଅନୁଗୁଳ ଜିଲ୍ଲାର କିଶୋରନଗର, ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଓ ସୁକ୍ରୁଲି ବ୍ଲକ୍ ।

ଆଜି ମୁଖ୍ୟମନ୍ତ୍ରୀ ରଣପୁର ବ୍ଲକର ୩୭ ଟି ପଞ୍ଚା ୟତ ପାଇଁ ୮ କୋଟି ଟଙ୍କାରେ ୩୪୨ ଟି ପ୍ରକଳ୍ପ , ବରି ବ୍ଲକର ୨୯ଟି ପଚାଂୟତ ପାଇଁ ୩ କୋଟି ଟଙ୍କାରେ ୧୬୫ ଟି ପ୍ରକଳ୍ପ, ଚିତ୍ରକୋଣ୍ଡା ବ୍ଲକର ୧୮ ଟି ପଚାଂୟତ ପାଇଁ ୪.୨୮ କୋଟି ଟଙ୍କାରେ ୧୯୬ ଟି ପ୍ରକଳ୍ପ, କିଶୋରନଗର ବ୍ଲକର ୨୩ଟି ପଚାଂୟତ ପାଇଁ ୫ କୋଟି ଟଙ୍କାରେ ୧୮୬ ଟି ପ୍ରକଳ୍ପ ଓ ନନ୍ଦାହାଣ୍ଡି ବ୍ଲକର ୧୧ ଟି ପଚାଂୟତ ପାଇଁ ୨.୭୫ କୋଟି ଟଙ୍କାରେ ୧୪୯ ଟି ପ୍ରକଳ୍ପ, କୁଳିଅଣା ବ୍ଲକର ୧୭ଟି ପଚାଂୟତ ପାଇଁ ୪.୦୯ କୋଟି ଟଙ୍କାରେ ପ୍ରକଳ୍ପ ଓ ସୁକ୍ରୁଲି ବ୍ଲକର ୧୦ଟି ପଚାଂୟତ ୨ କୋଟି ଟଙ୍କାରେ ୮୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୪୮ ଟି ବ୍ଲକର ୫୪୨୧ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନ ମାଧ୍ୟମରେ ୫୦,୦୭୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୩୪.୩୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆଜିର ବୈଠକରୁ ଜଣାଯାଇଛି ଯେ ଯାଜପୁର ଜିଲ୍ଲାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସବୁଠାରୁ ଆଗରେ ରହିଛି । ୧୭୦ ଦିନ ମଧ୍ୟରେ ଧର୍ମଶାଳା ବ୍ଲକରେ ୩.୭୬ କୋଟି ଟଙ୍କାରେ ୧୧୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ।

ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.